Home ଜିଲ୍ଲା ପରିକ୍ରମା ରାଷ୍ଟ୍ରିୟ ଲୋକ ଅଦାଲତରେ ୨୭୯୩ ମାମଲାରୁ ୩୯୬ ଫଇସଲା

ରାଷ୍ଟ୍ରିୟ ଲୋକ ଅଦାଲତରେ ୨୭୯୩ ମାମଲାରୁ ୩୯୬ ଫଇସଲା

29

ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିାଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଳା ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ଏହି ଅଦାଲତରେ ଜିଲ୍ଲା ଜଜ୍ କୋର୍ଟଙ୍କ ପକ୍ଷରୁ ୬୫ ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରାଯାଇ ୧୨ ଗୋଟି ମାମଲାର ଫଇସଲା କରାଯାଇଥିଲା। ଏଥିପାଇଁ ୨୯, ୭୦, ୦୦୦ଟଙ୍କା କ୍ଷତିପୂରଣ ଦିଆଯିବା ପାଇଁ ନିର୍ଦ୍ଦେଶ ରହିଥିଲାବେଳେ ଅତିରିକ୍ତ ଜିଲ୍ଲାଜଜ୍‌ ଇତିଶ୍ରୀ ମହାପାତ୍ର ୪୭ ଗୋଟି ଦୁର୍ଘଟଣା ଜନିତ ମାମଲାର ଆଗତ କରି ଗୋଟିଏ ମାମଲା ଫଇସଲା କରି ୨୦, ୦୦, ୦୦୦ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ। ସେହିପରି ଜଜ୍‌, ଫାମିଲି କୋର୍ଟ ୧୩୭ ଗୋଟି ବୈବାହିକ ମାମଲା ଆଗତ କରି ୨୭ ଗୋଟି ମାମଲା ପ୍ରଶାନ୍ତ କୁମାର ମିଶ୍ର ଫଇସଲା କରିଥିଲେ। ସବଜଜ୍ ଅମିତାଭ ପଣ୍ଡା ୯ଗୋଟି ଜମିଜମା ମାମଲା ଫଇସଲା କରିଥିବାବେଳେ ଅନ୍ୟତମ ସବଜଜ୍ ପବିତ୍ରାନନ୍ଦ ପ୍ରଧାନ ୪ଗୋଟି ଜମିଜମା ମାମଲା ଫଇସଲା କରିଥିଲେ। ଏସ୍‌ଡିଜେଏମ୍‌ ୨୪୧ ଗୋଟି ଫୌଜଦାରୀ ଏବଂ ଜମିଜମା ମାମଲା ଆଗତ କରି ୫ଟି ମାମଲା ଫଇସଲା କରିଥିଲାବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର ୨ଟି ଫୌଜଦାରୀ ମାମଲା ଫଇସଲା କରିଥିଲେ। ସେହପରି ୧୬୨୪ ପ୍ରାକ୍ ବିବାଦ ମାମଲାରୁ ୨୫୨ ଟି ମାମଲା ସମାଧାନ ହୋଇଥିଲା। ଜିଲ୍ଲାରେ ସର୍ବମୋଟ ୨୭୯୩ ଟି ମାମଲାରୁ ୩୯୬ ଟି ମାମଲା ଫଇସଲା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.