Home ଓଡ଼ିଶା ରାତିରେ କୋଭିଡ୍ କେୟାର୍ ରୁମ୍ ରୁ ଘରକୁ ଚାଲି ଆସୁଛନ୍ତି କରୋନା ସନ୍ଦିଗ୍ଧ, ତିରିଡାରେ ଗ୍ରାମବାସୀଙ୍କ...

ରାତିରେ କୋଭିଡ୍ କେୟାର୍ ରୁମ୍ ରୁ ଘରକୁ ଚାଲି ଆସୁଛନ୍ତି କରୋନା ସନ୍ଦିଗ୍ଧ, ତିରିଡାରେ ଗ୍ରାମବାସୀଙ୍କ ଉତ୍ତେଜନା ଓ ପ୍ରତିବାଦ

149

କୋଦଳା ୩୦ ଜୁଲାଇ (ଓଡ଼ିଆ ପୁଅ) କରୋନା ମହାମାରୀ ଏବେ ଗଂଜାମ ଜିଲ୍ଲାରେ ଦାଉ ସାଧୁଥିବା ବେଳେ ପ୍ରତିଦିନ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ନାକେଦମ୍ ହୋଇପଡ଼ିଛି। ଜନସାଧାରଣଙ୍କୁ ସଚେତନ କରାଯିବା ସହ ସହଯୋଗ କାମନା କରାଯାଉଛି। ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ୧୯ ନିୟମକୁ ଖୁଲମଖୁଲା କିଛି ସ୍ଥାନରେ ଉଲଂଘନ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଅଭିଯୋଗ ବେଗୁନିଆପଡ଼ା ବ୍ଳକର ଖଣ୍ଡିଆନଈ ପଞ୍ଚାୟତରୁ ଆସିଛି।ପଞ୍ଚାୟତର ତିରିଡା ଗ୍ରାମରେ ୭ ପଜିଟିଭ୍ ସହ ମୋଟ ୨୪ ପଜିଟିଭ୍ ଚିହ୍ନଟ ପରେ ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ୍ କରାଯାଇଥିଲା। ତିରିଡା ଗ୍ରାମରୁ ଚିହ୍ନଟ ହୋଇଥିବା ପଜିଟିଭ୍ ମାନଙ୍କୁ ବେଗୁନିଆପଡ଼ା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ କୋଭିଡ୍ କେୟାର୍ ସେଣ୍ଟରରେ ରଖାଯାଇଛି।ତେବେ ଆକ୍ରାନ୍ତ ମାନେ ସରପଞ୍ଚଙ୍କ ସ୍ବାମୀଙ୍କ ସହିତ ସଲାସୁତୁରାରେ ରାତିରେ ନିଜ ଘରକୁ ଚାଲି ଆସୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ସୋମବାର ରାତିରେ ଗ୍ରାମର ଶହ ଶହ ଲୋକ ଏକତ୍ରୀତ ହୋଇ ଏନେଇ ସରପଞ୍ଚଙ୍କ ଠାରୁ କୈଫିୟତ୍ ମାଗିବାରୁ ଅଡି ବସିଥିବା ବେଳେ ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ପୋଲିସ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ପ୍ରମୁଖ ପହଞ୍ଚି ଲୋକକୁଂ ବୁଝାସୁଝା କରିବା ସହ ଅଭିଯୋଗ ଗୁଡିକୁ ଲିଖିତ ଭାବେ ଗ୍ରାମବାସୀ ବିଡ଼ିଓଙ୍କୁ ଜଣାନ୍ତୁ ବୋଲି କହିଥିଲେ। ପରେ ଉତ୍ତେଜନା ହ୍ରାସ ପାଇଥିଲା। ସେପଟେ ଆକ୍ରାନ୍ତଙ୍କ ପରିବାର ଲୋକେ ମଧ୍ୟ ଖୁଲମଖୁଲା ବାହାରେ ବୁଲାବୁଲି କରୁଥିବା ନେଇ ସେହି ସାହିର ଯୁବକ ମାନେ ଅଭିଯୋଗ କରିଛନ୍ତି। ଗ୍ରାମର ନୂଆଁ ସାହି ଠାରେ ଥିବା ସଂଘରୋଧ ଗୃହ ଜନବସତି ଠାରୁ ଅତି ନିକଟରେ ଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେହି ସଂଘରୋଧ ଗୃହକୁ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷେ ସରପଞ୍ଚଙ୍କ ସ୍ବାମୀ ଅଯଥାରେ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି କିଛି ଯୁବକ ଅଭିଯୋଗ କରିଛନ୍ତି। ମଂଗଳବାର ଗ୍ରାମରୁ ଶହ ଶହ ବ୍ଯକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଛି।ଏନେଇ ସରପଞ୍ଚ ଓ ସରପଞ୍ଚଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପଞ୍ଚାୟତର ପ୍ରତି କାର୍ଯ୍ୟକୁ ସରପଞ୍ଚ ନିଜେ ଉପସ୍ଥିତ ରହି କରନ୍ତୁ ଅନ୍ୟଥା ସରପଞ୍ଚଙ୍କ ସ୍ବାମୀ ଦାଦାଗିରି ଦେଖାଇଲେ ଆଗକୁ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପଞ୍ଚାୟତରେ ମତ ପ୍ରକାଶ ପାଇଛି।

ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.