Home ଅନୁଗୁଳ ରାଣୀପାର୍କକୁ ଚିଡିଆଖାନାରେ ପରିଣତ କରିବାକୁ ରାଣୀପାର୍କ ଉନ୍ନୟନ ପରିଷଦର ଦାବୀ

ରାଣୀପାର୍କକୁ ଚିଡିଆଖାନାରେ ପରିଣତ କରିବାକୁ ରାଣୀପାର୍କ ଉନ୍ନୟନ ପରିଷଦର ଦାବୀ

130

ତାଳଚେର,୧୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଣୀପାର୍କ ଉନ୍ନୟନ ପରିଷଦର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ବସ ମାଲିକ ସଂଘ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି, ପ୍ରାୟ ୬ ଶହ ଏକରରୁ ଉର୍ଦ୍ଧ୍ୱ ପରିମିତ ଏହି ରାଣିପାର୍କ ଜଙ୍ଗଲକୁ ରାଜ୍ୟ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ବହୁଥର ତାଳଚେରବାସୀ ରାଣୀପାର୍କକୁ ଦ୍ୱିତୀୟ ଚିଡିଆଖାନାରେ ପରିଣତ କରିବାକୁ ରାଜ୍ୟସରକାରଙ୍କ ନିକଟରେ ଦାବି ରଖିଥିଲେ । ସେହିପରି ପୁନର୍ବାର ରାଣୀପାର୍କକୁ ହରିଣ ପାର୍କରେ ପରିଣତ କରିବାକୁ ମଧ୍ୟ ଦାବି ହୋଇଥିଲା । ରାଜା ରାଜୁଡା ଅମଳର ଏହି ରାଣୀପାର୍କରେ ୬ ଶହ ଏକର ଜଙ୍ଗଲର ଘଂଚ ସବୁଜ ବଳୟ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲରେ ପଶୁପକ୍ଷୀଙ୍କ ପାଇଁ ଏକ ବଡ ପୋଖରୀ ଖୋଳାଯାଇଛି । ଗତ ଦୁଇ ବର୍ଷ ହେଲା ନାଲକୋରୁ କିଛି ହରିଣ ଆଣି ଏହି ଜଙ୍ଗଲରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ଚାରିପାଖରେ ପାଚେରି ନିର୍ମାଣ କରି ଜଙ୍ଗଲକୁ ସୁରକ୍ଷିତ ରଖିଲେ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବା ସହ ଗ୍ରୀଷ୍ମ କାଳରେ ଅତ୍ୟଧିକ ତାତିରୁ ମଧ୍ୟ ରକ୍ଷା ମିଳିପାରିବ । ରାଣୀପାର୍କ ନଦୀକୁ ମିଶାଇ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିବା ପାଇଁ ବକ୍ତାମାନେ !ଗୁରୁତ୍ୱ ଦେଇଥିଲେ । ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଦେବୀଦତ ବିଶ୍ୱାଳ ପତ୍ର ସଂଖ୍ୟା (୩୮/୨୦୧୨) ରେ ରାଣୀପାର୍କକୁ ହରିଣ ପ୍ରକଳ୍ପ ଭାବେ ଗଢ଼ିବାକୁ ରାଜ୍ୟସରକାରଙ୍କ ସମ୍ମତି ଥିବା କଥା ନିଷ୍ପତି ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ଅଗ୍ରଗତି ଘଟିନାହିଁ ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଣୀପାର୍କର ପୁନଃରୁଦ୍ଧାର କରାଯିବା,ଏହା ଚାରିପାଖେ ଉଚ୍ଚ ପାଚେରୀ ନିର୍ମାଣ କରି ଜଙ୍ଗଲ ସୁରକ୍ଷିତ ରଖିବା, ରାଣୀପାର୍କକୁ ଦ୍ୱିତୀୟ ଚିଡିଆଖାନା ଓ ହରିଣ ପାର୍କ କରାଯିବା ପାଇଁ ଖୁବ୍ ଶିଘ୍ର ପରିଷଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସ୍ଥିର ହୋଇଥିଲା । ପୂର୍ବତନ ନଗରପାଳ କେଶବ ଭୂତିଆଙ୍କ ସଭାପତିତ୍ୱରେ ଏହି ବୈଠକରେ ଆସନ୍ତା ୨ ବର୍ଷ ପାଇଁ ପରିଷଦର କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ରୂପେ ପରିବେଶବିତ୍ ବାଉରୀବନ୍ଧୁ ବେଜ, ଉପସଭାପତି ପ୍ରଦୀପ ମହାରଣା, ରଣଜିତ୍ ମହାପାତ୍ର, ସାଧାରଣ ସମ୍ପାଦକ ବାପି ମହାନ୍ତି, ଯୁଗ୍ନ ସମ୍ପାଦକ ବାବୁନି ସ୍ୱାଇଁ, ସୁଲେଖ ସେଠୀ, କୋଷାଧ୍ୟକ୍ଷ କରୁଣାକର ବାଇଙ୍କୁ ମନୋନିତ କରାଯାଇଥିଲା । ପରିଷଦର ଉପଦେଷ୍ଟା ଭାବେ ମାନ୍ୟବର ତୈଳ, ଗ୍ୟାସ ଓ ଇଷ୍ପାତ ମନ୍ତ୍ରୀ ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସାଂସଦ ଢ଼େଙ୍କାନାଳ ଲୋକସଭା ମହେଶ ସାହୁ, ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ଅଧ୍ୟକ୍ଷ ତାଳଚେର ବ୍ଲକ୍ ବୃନ୍ଦାବନ ବେହେରା, ପୂର୍ବତନ ସାଂସଦ ରବିନାରାୟଣ ପାଣି, ପୂର୍ବତନ ବିଧାୟକ ବିଭୁଦେନ୍ଦ୍ର ପ୍ରତାପ ଦାସ୍‌, ପ୍ରେସ୍ କ୍ଲବ୍ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଓକିଲ ସଂଘର ସଭାପତି ବନବିହାରି ମହାପାତ୍ର, ପୂର୍ବତନ ନଗରପାଳ କେଶବ ଭୂତିଆ, ଜ୍ୟୋତ୍ସ୍ନା ଦଳେଇ,ପବିତ୍ର ଭୂତିଆ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାନସ ଆଚାର୍ଯ୍ୟ ରହିଥିବା ବେଳେ ରାଣୀପାର୍କକୁ ନନ୍ଦନକାନନ ଭଳି ଏକ ପ୍ରକଳ୍ପର ରୂପରେଖ ଦେବା ସହ ସରକାର ଓ ରାଜନୈତିକ ସ୍ତରରେ ଯୋଗାଯୋଗ କରିବା ପାଇଁ ଏକ ବୈଷୟିକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି । ସେମାନେ ହେଲେ ରମେଶ ବେହେରା,ପେସ୍କାର ଗଡନାୟକ, ଧୀରେନ୍ ଶତପଥି, ଦେବୀ ମିଶ୍ର, ଦୀପକ ପ୍ରଧାନ, ଡଃ ରଶ୍ମୀରଞ୍ଜନ ମିଶ୍ର, ଯଯାତି ପଟ୍ଟନାୟକ, ଜ୍ୟୋତି ରଞ୍ଜନ ଦାସ୍‌, ଶୋଭାଗିନୀ ଦାସ,ଅଜୟ ମିଶ୍ର, ଶ୍ରୀକାନ୍ତ ପାଣି ଓ ପ୍ରଶାନ୍ତ ଦାସ୍‌ଙ୍କୁ ନେଇ ଗଠନ କରାଯାଇଛି । ଏହି କମିଟିରେ ୨୦ଜଣ କାର୍ଯ୍ୟକାରୀ ସଭ୍ୟଙ୍କୁ ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.