Home ଜିଲ୍ଲା ପରିକ୍ରମା ମନରେଗା ପୋଖରୀ ଖୋଳାରେ ଅନିୟମିତତା ଅଭିଯୋଗ

ମନରେଗା ପୋଖରୀ ଖୋଳାରେ ଅନିୟମିତତା ଅଭିଯୋଗ

89

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଗନ୍ଧର୍ବବିନ୍ଧାରେ ମନରେଗା କାର୍ଯ୍ୟରେ ଅନିୟମିତତା ସମ୍ପକରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୨୨-୨୩ ଆର୍ଥୀକ ବର୍ଷର ୫ଲକ୍ଷ ଟଙ୍କ ଅଟକଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପରେ ପ୍ରତିବାଦ ଯୋଗୁଁ ତୃଟିପୂର୍ଣ୍ଣ ସୂଚନାଫଳକ ଲୋକଲୋଚନ ଆଢୁଆଳରେ ନିର୍ମାଣ କରାଯାଇଛି। ଅନୁମୋଦିତ “ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ନୂତନ ପୋଖରୀ ଖୋଳା” ବଦଳରେ ସୂଚନାଫଳକରେ ତୃଟିପୂର୍ଣ୍ଣ ଭାବେ “ଗନ୍ଧର୍ବବିନ୍ଧା ଆଦିବାସୀ ସାହି ପୋଖରୀ ପୁନରୁଦ୍ଧାର” ବୋଲି ଉଲ୍ଲେଖ କରାଯାଇଛି। ଏହି ପୋଖରୀ ବାସ୍ତବରେ ପର୍ବତୀ ମୌଜାର ୪୩୦ ଖାତା ଅଧିନ ୨୩ନଂ ଖସଡାରେ ଥିବା ୫ଏକର ଗୋଚର ଜମିରେ ଏହି ପୋଖରୀ ଶ୍ରମିକ ପରିବର୍ତ୍ତେ ଜେସିବି ମେସିନ ସହାୟତାରେ ଖୋଳାଯାଉଛି। ହାଇଲେବୁଲ କେନାଲର ଅଣ୍ଡରପାସ ଜଳନିଷ୍କାସନ ପଥକୁ ଅବରୋଧ କରାଯାଇ ଏହି ପୋଖରୀ ଖୋଳା ଯାଉଥିବାରୁ ବର୍ଷାଦିନେ ବର୍ଷାଜଳ ନିଷ୍କାସନରେ ବାଧାସୃଷ୍ଟି ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୂର୍ବରୁ ଭିନ୍ନଏକ ପ୍ରକଳ୍ପ ପାଇଁ ସଂପୃକ୍ତ ସ୍ଥାନରୁ ମାଟି ଖୋଳାଯିବା ଦ୍ୱାରା ଖାଲୁଆ ହୋଇଯାଇଥିଲା। ଏହାର ସୁଯୋଗ ନେଇ ନାମମାତ୍ର ଖର୍ଚ୍ଚରେ ମନରେଗା ପ୍ରକଳ୍ପ କାର୍ଯ୍ୟକରାଯାଇ ଅର୍ଥ ଆତ୍ମସାତ କରାଯିବା ମସୁଧା ହୋଇଛି ବୋଲି ଦୁର୍ଗାପ୍ରସାଦ ମହାନ୍ତି, ଜଳଧର ଖୁଣ୍ଟିଆ, ସୁନନ୍ଦ ମଲ୍ଲିକ, ମନୋଜ ପ୍ରଧାନ, ଅଜୟ ଦାସ, ଅନନ୍ତ ରାୟ, ଶଙ୍କର୍ଷଣ ଦାସ, କୁଳମଣି ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟବନ୍ଦ ପାଇଁ ଦାବି କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.