Home ଜିଲ୍ଲା ପରିକ୍ରମା ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଦଳ ଘୋଷିତ

ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଦଳ ଘୋଷିତ

33

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୬୯ତମ ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ପୁରୁଷ ଦଳ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ସ୍ତରୀୟ ଦଳ ଚୟନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରୁ ୪୨ଜଣ ଖେଳାଳୀଙ୍କ ଅଂଶ ଗ୍ରହଣ କରିଥିଲେ । ଭଦ୍ରକ, ଧାମନଗର, ଚାନ୍ଦବାଲି, ଆଗରପଡ଼ା ମଞ୍ଜୁରୀରୋଡ, ବାସୁଦେବପୁର, ତିହିଡ଼ି ଆଦି ଅଞ୍ଚଳରୁ ଆସିଥିôବା ପ୍ରତିଯୋଗୀଙ୍କ ମଧ୍ୟରୁ ୧୨ ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ଚୟନ କରାଯାଇଥିଲା । ସେମାନେ ହେଲେ ସୌରଭ କୁମାର ସାହୁ, ପଦ୍ମଶ୍ରୀ ହେମ୍ବ୍ରମ, ବଳରାମ ବିଶ୍ୱାଳ, ସାହିଲ କୁମାର ରାଉତ, ରଞ୍ଜିତ ରଞ୍ଜନ ରଣା, ଚିନ୍ମୟ ମହାନ୍ତି, ରଶ୍ମି ରଞ୍ଜନ ଦାସ, ଗୋବିନ୍ଦ ଚନ୍ଦ୍ର ନାଥ, ସୋମନାଥ ପରିଡ଼ା, ରଞ୍ଜିତ ପଲାଇ, ସତ୍ୟବ୍ରତ ତ୍ରିପାଠୀ, ରାକେଶ ବେହେରା ଖେଳାଳୀ ଭାବେ ଚୟନ ହୋଇଛନ୍ତି । ଏହି ଖେଳାଳୀମାନେ ସୁନ୍ଦରଗଡ଼ ଯାତ୍ରା କରିଛନ୍ତିି । ସେଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଜିଲ୍ଳା ଆଥ୍‌ଲେଟିକ୍ ଆସୋସିଏସନର ସମ୍ପାଦକ ଧୀରେନ ପଲେଇ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.