Home ଓଡ଼ିଶା ରାଜ୍ୟ ସ୍ତରୀୟ କନିଷ୍ଠ ରକ୍‌ବି ଖେଳରେ ରଣପୁର ଖେଳାଳୀଙ୍କ ଅଂଶ ଗ୍ରହଣ

ରାଜ୍ୟ ସ୍ତରୀୟ କନିଷ୍ଠ ରକ୍‌ବି ଖେଳରେ ରଣପୁର ଖେଳାଳୀଙ୍କ ଅଂଶ ଗ୍ରହଣ

35

ନୟାଗଡ଼ ୨୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସ୍ତରୀୟ କନିଷ୍ଟ ରକ୍‌ବି ଖେଳ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲା ରକ୍‌ବି ଫୁଟବଲ ଆସୋସିଏସନ୍ ତରଫରୁ ରଣପୁରର ୧୨ ଜଣ କନିଷ୍ଠ ରକବି ଖେଳାଳୀ ଅଂଶ ଗ୍ରହଣ କରିଥିବା ଜଣାପଡିଛି। ଏହି ଖେଲାଳୀ ମାନେ ହେଲେ ଶମ୍ଭୁ ପ୍ରଧାନ, ପ୍ରଶାନ୍ତ କୁମାର ସ୍ୱାଇଁ, ରାକେଶ ଦାସ, ସୁଭମ୍ ସ୍ୱାଇଁ, ରାଜେନ୍ଦ୍ର ପରିଡା, ସୁଭମ୍ ଶ୍ରେୟାଂଶୁ ପ୍ରଧାନ, ବିଶ୍ୱରଞ୍ଜନ ପ୍ରଧାନ, ରାମକୃଷ୍ଣ ରାଉତରାୟ, ରାହୁଲ ଲେଙ୍କା, ଗୋବିନ୍ଦ ଚନ୍ଦ୍ର ପରିଡ଼ା, ଅଂଶୁମାନ ସ୍ୱାଇଁ ଓ ଆଶୁତୋଷ ସାହୁ ରାଜ୍ୟ ସ୍ତରୀୟ ଖେଳ ପାଇଁ ରଣପୁରର ପିଲାମାନେ ଚୟନ ହୋଇଥିବା ବେଳେ ସେମାନେ ରଣପୁର ଗୋଡିପୋଖରୀ ଠାରେ ରକବି ଖେଳ ଅଭ୍ୟାସ କରୁଥିଲେ।

ନୟାଗଡ଼ ରକବି ଆସୋସିଏସନ୍ ର ସମ୍ପାଦକ ମଦନମୋହନ ରାଉତରାୟ ଖେଳାଳୀ ମାନଙ୍କୁ ନେଇ ଭୁବନେଶ୍ୱର ଯାତ୍ରା କରିଥିବା ଜଣାପଡିଛି। କ୍ରୀଡା ଶିକ୍ଷକ ରବି ନାରାୟଣ ରାୟ ମଧ୍ୟ ତାଙ୍କ ସହ ଭୁବନେଶ୍ୱର ଯାଇଛନ୍ତି। ନୟାଗଡ଼ ଦଳ ବିଜୟ ଲାଭ କରିବା ପାଇଁ ମଣିନାଗ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.