Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଦୋସିଙ୍ଗା ପଂଚାୟତ ଆଗରେ ବିଜେପିର ଗଣଧାରଣା

ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଦୋସିଙ୍ଗା ପଂଚାୟତ ଆଗରେ ବିଜେପିର ଗଣଧାରଣା

15

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଆଗରେ ବିଜେପି ପକ୍ଷରୁ ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ଗଣଧାରଣାରେ ଭଦ୍ରକ ଜିଲ୍ଲା ବିଜେପିର ଉପ ସଭାପତି କମଳାକନ୍ତ ସୂତାର ଯୋଗଦେଇ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ ନେତୃତ୍ୱ ,କର୍ତବ୍ୟ ପ୍ରତି ନିଷ୍ଠା,ଦେଶର ବିକାଶରେ ମୋଦୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ଯୋଜନାର ନାମ ବଦଳାଇ ତାହାକୁ ରାଜ୍ୟ ସରକାରଙ୍କ ନାମରେ ନାମିତ କରାଇବା ସହ ସାଧାରଣ ଜନତାଙ୍କ ଭୂଆଁ ବୁଲାଉଛି ସେ ବିଷୟରେ ଆଲୋକପାତ କରିଥିଲେ । ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ଦୋସିଙ୍ଗା ପଂଚାୟତରେ ଚାଲିଥିବା ଦୁର୍ନିତୀ ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ବିଜେପିକୁ ତୃଣମୂଳ ସ୍ତରରୁ କିଭଳି ଆଭିମୁଖ୍ୟ ରଖାଗଲେ ବିଜେପିର ସାଙ୍ଗଠନିକ ସ୍ଥିତି ସୁଦୃଢ ହେବ ସେ ବିଷୟରେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଆଜିର ଏହି ଗଣଧାରଣାରେ ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ,ଭଦ୍ରକ ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର,ନାରୀ ନେତ୍ରୀ ଶାନ୍ତିଲତା ଦଳେଇ,ବୁଥ ସଭାପତି ମାନସ ଜେନା,ମଂଟୁ ମାଇତି, ପୂର୍ଣଚନ୍ଦ୍ର ନାୟକ, ବାସୁଦେବ ଦାସ, ବିଜୟ ବେରା, ମାନସ ସାନ୍ତରା,ସୁବାଶ ପ୍ରମାଣିକ,କାଳିଆ ରାଉତ,ସପନ ଜେନା.ନିର୍ମଳ ଦଳେଇଙ୍କ ସମେତ ବିଜେପିର ବହୁ ଦଳ୍ୟୀ କର୍ମୀ ଉପସ୍ଥିତ ଥିଲେ । ଏହି ଗଣଧାରଣା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.