Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ରକ୍ଷାବନ୍ଧନ ପାଳିତ

ଭଣ୍ଡାରିପୋଖରୀରେ ରକ୍ଷାବନ୍ଧନ ପାଳିତ

16

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ବୁଧବାର ପାଳନ ହୋଇଯାଇଛି । ପରିବେଶପ୍ରେମୀମାନେ ଜୀବଜଗତର ସୁରକ୍ଷା ପାଇଁ ବୃକ୍ଷରେ ରକ୍ଷୀ ବାନ୍ଧିଛନ୍ତି । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସ୍ନେହ ଓ ସଦିଚ୍ଛାର ପ୍ରତିଦାନ ଆଶା ରଖିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଣ୍ଡାରିପୋଖରୀ ଶାଖା ଭାଇଓ ଭଉଣୀମାନେ ଥାନାର କର୍ମଚାରୀ, ମେଡିକାଲର ଅନ୍ତେବାସୀ ରୋଗୀ, ଡାକ୍ତର ସୁଧାଂଶୁ ଶେଖର ବେହେରା, ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ ଓ କର୍ମଚାରୀ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳିକା ଓ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । କୁରାଢ଼ିଆପଦାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ମଣିନାଥପୁରସ୍ଥିତ ଗୋପିନାଥଜୀଉ ମଠ ଆଦିରେ ଆଗାମୀ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳିତ ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.