Home କୋରାପୁଟ ରାଜ୍ୟ ସରକାରଙ୍କ କୃଷକମାରଣ ନିତୀ ପ୍ରତିବାଦରେ ବିଜେପି କୃଷକମୋର୍ଚ୍ଚାର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ରାଜ୍ୟ ସରକାରଙ୍କ କୃଷକମାରଣ ନିତୀ ପ୍ରତିବାଦରେ ବିଜେପି କୃଷକମୋର୍ଚ୍ଚାର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

605

କୋରାପୁଟ ; ତା୨୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟ ସରକାରଙ୍କ କୃଷକମାରଣ ନିତୀ ପ୍ରତିବାଦରେ କୋରାପୁଟ ଜିଲ୍ଲା ବିଜେପି କୃଷକମୋର୍ଚ୍ଚାର କର୍ମାକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କଅଫିସ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।କୋରାପୁଟ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭଗବାନ ମୁଦୁଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ବିଜୟ ମିଶ୍ର , ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଂପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ,ଉପସଭାପତି ରଜତ ମାଦଲା ,ଜିଲ୍ଲା ଉପସଭାପତି ଚନ୍ଦ୍ରଶେଖର ରଥ , ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଗସ୍ତି ହାଲଓା ,କୋରାପୁଟ ମଣ୍ଡଳ ସଭାପତି ଜି.ସଂଜିବ କୁମାର ରାଓ ,ଦେବେନ୍ଦ୍ର ମହାନ୍ତି , ରାଜକିଶୋର ସାମନ୍ତରାୟ , ସନ୍ତୋଷ ଦାସ ,ଏନ .ଏନ.ବାଘ , ଡି.ରାମା ରାଓ , ମହିପାଳ ସିଂ , ପୂର୍ଣ୍ଣିମା ନାୟକ ,ଝରଣା ଦାସଓ ଶତାଧିକ କର୍ମି ଯୋଗଦେଇ ଚାଷୀମାନଙ୍କୁ ଧାନର ଉପଯୁକ୍ତ ସହାୟକ ମୁଲ୍ୟ ୧୭୫୦ ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ ।ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଓ ଏଡିଏମ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।
ଚାଷୀମାନଙ୍କୁ ରଣଛାଡ କରିବା , ବାହାର ରାଜ୍ୟକୁ ଧାନ ଚାଲାଣ ବନ୍ଦ କରିବା , ବିନା ସୁଧରେ କୃଷି ରଣ ଯୋଗାଇଦେବା , ମଣ୍ଡିରେ ସର୍ବନିମ୍ନ ସୁବିଧା ଯୋଗାଇଦେବା , ତୁରନ୍ତ ବୀମାରାଶି ପ୍ରଦାନ କରିବା ଓ ମଣ୍ଡିରେ ରହିଥିବା ଧାନକୁ ସୁରକ୍ଷା ଯୋଗାଇଦେବା ପ୍ରମୁଖ ଦାବି ରହିଥିଲା ବୋଲି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭଗବାନ ମୁଦୁଲି ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାର ପୁକାଲି ପଂଚାୟତ ଅନ୍ତର୍ଗତ ମାଳିପୁଟ ଗ୍ରାମର ଚାଷୀ ଗୋପାଳ ପାଙ୍ଗୀ ଗତମାସ ୧୭ ତାରିଖଦିନ ଫସଲହାନି ଯୋଗୁଁ ବିଷ ପିଇ ଆତ୍ମହତ୍ୟା କଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ ।କୁନ୍ଦ୍ରା ବ୍ଲକରେ ଧାନ ନଷ୍ଟ ହେବାରୁ ୨୦ ଏକର ଜମିର ଧାନକୁ ପୋଡିଦେଲେ ତଥାପି ଜିଲ୍ଲା ପ୍ରଶାସନ କୁମ୍ଭ ନିଦ୍ରାରେ ଶୋଇରହିଛି ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ ।ରାଜ୍ୟ ସରକାର କୃଷକମାନଙ୍କ ରହିଥିବା ସମସ୍୍ୟା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତେବେ ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ବଡ ଧରଣର ବିକ୍ଷୋଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
କୋରାପୁଟ ସରକାରୀ ହାଇସ୍କୁଲ ପରିସରରୁ ବିଜେପି କର୍ମକର୍ତାମାନେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ ଓ ଜିଲ୍ଲାପାଳଙ୍କ ଅଫିସକୁ ଯିବାକୁ ଚାହିଁବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲେ କିନ୍ତୁ ବିଜେପି କର୍ମକର୍ତାମାନେ ଜିଦ ଧରିବାରୁ ଓ ଜିଲ୍ଲାପାଳ ଆସିବାକୁ ଚାହିଁଥିଲେ ।ଏ ସମୟରେ କିଛି ସମୟ ପୋଲିସ ସହିତ କର୍ମିମାନେ ଯୁକ୍ତିତର୍କ କରୁଥିବା ନଜର କରାଯାଇଥିଲା ।ଉତେଜନା ପାଇବାରୁ ଘଟଣାସ୍ଥଳରେ କୋରାପୁଟ ତହସିଦଲଦାର ଯିଏ କି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ ପହଂଚିଯାଇ କଥାବାର୍ତା କରିଥିଲେ ।ଏହାପରେ କର୍ମିମାନେ ଧାରଣାରେ ବସି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଉଥିବା ନଜର କରାଯାଇଥିଲା ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଂଚିବା ପରେ ଉତେଜନା ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.