Home କୋରାପୁଟ କୋରାପୁଟ କଲେଜର ଗୁଲଡେନ ଜୁବୁଲି ପାଳିଲେ ଆଲୁମିନି

କୋରାପୁଟ କଲେଜର ଗୁଲଡେନ ଜୁବୁଲି ପାଳିଲେ ଆଲୁମିନି

377

କୋରାପୁଟ;ତା୨୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସରକାରୀ ମହାବିଦ୍ୟାଳୟର ଗୋଲଡେନ୍ ଜୁବୁଲି ଗତକାଲି କଲେଜ କର୍ତୂପକ୍ଷ ପାଳିଥିବା ବେଳେ ଦୁଇଦିନ ପୁରାତନ ଛାତ୍ରଛାତ୍ରୀ ବା ଆଲୁମିନିଙ୍କ ଦ୍ୱାରା ଆୟୋଜିତ ହେଉଥିବାବେଳେ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଓ ପୂର୍ବତନ ଅଧ୍ୟକ୍ଷ,ଅଧ୍ୟାପକ,ଅଧ୍ୟାପିକାଙ୍କ ମହାମିଳନ ଦେଖିବାକୁ ମିଳିଛି । ୧୯୬୮ରେ ଡିଏଭି ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ କୋରାପୁଟ ମହାବିଦ୍ୟାଳୟ ଏହା ମଧ୍ୟରେ ୫୦ବର୍ଷ ଅତିକ୍ରାନ୍ତ କରିଥିବାବେଳେ ଏହା ମଧ୍ୟରେ ମହାବିଦ୍ୟାଳୟର ଶହସ୍ରାଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତେଣୁ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତିକୁ ପୁରାତନ ଛାତ୍ରଛାତ୍ରୀ ମହା ଆଡମ୍ବର ସହକାରେ ପାଳନ କରୁଛନ୍ତି । ପୁରାତନ ଛାତ୍ର ସଂଘ ଆବାହକ ଅଯୋଧ୍ୟା ନାଥ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ କୋରାପୁଟର ପୂର୍ବତନ ଜିଲାପାଳ ତଥା ଅବସରପ୍ରାପ୍ତ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଗୁଣଗାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଲା ପୂଜାରୀ ଏବଂ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ପୂର୍ବତନ ଅଧ୍ୟକ୍ଷ,ଅଧ୍ୟାପକ,ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଶିଷ୍ଟ ଲେଖକ ହରି ପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ କଲେଜର ପୂର୍ବତନ ଅଧ୍ୟକ୍ଷ କ୍ୟାପେଟନ ପ୍ରଭାକର ଶତପଥି ଏବଂ ବର୍ତମାନର ଅଧ୍ୟକ୍ଷ ଡଃ.ଏସ.କେ.ପାଢି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ପୂରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରକାଶିତ ଏକ ମୁଖପତ୍ର ଉନ୍ମୋଚନ କରା ଯାଇଥିଲା ।ପୂରାତନ ଛାତ୍ର ଅକ୍ଷୟ କୁମାର ବେହେରା ଓ ଗିରିଜା ଚୋଧୁରୀ ମଂଚ ପରିଚାଳନା କରିଥିବା ବେଳେ ୟୁ .ଡାନିଏଲ , ନରସିଂହ ଦାଶ , ଦୋବଶିଷ ପାଢୀ ,ବିବେକା ପଟନାୟକ , ଦେବେନ୍ଦ୍ର ପଟନାୟକ ,ସୈାମେନ୍ଦ୍ର ସ୍ୱାଇଁ ,ଲଲାଟ ରଂଜନ ସେଠୀ , ମନୋରଂଜନ ରାଉତରାୟ ,ମାର୍କଣ୍ଡ ପାଢୀ , ସୁରେନ କୁମାର ବେହେରା , ରାଜେନ୍ଦ୍ର ସାହୁ , ବସନ୍ତ କୁମାର ଗୈାଡ , ଡ.ପ୍ରୀତିଧାରା ସାମଲ , ଅଶୋକ କୁମାର ପାତ୍ର ପ୍ରମୁଖଙ୍କ ସହ ଅନେକ ପୂରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।ଆସନ୍ତାକାଲି ୩୦ ତାରିଖଦିନ କାର୍ଯ୍ୟକ୍ରମ ଉଦଘାଟିତ ହେବ ଓ ଜିଲ୍ଲାର ସାଂସଦ ଏବଂ ବିଧାୟକମାନେ ଯୋଗଦେବାରେ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.