Home କେନ୍ଦୁଝର ରାଜ୍ୟ ଯୁବ ବିଜେଡିରେ କେନ୍ଦୁଝର ଜିଲ୍ଲାର ତିନି ଯୁବ ନେତା: ଅଞ୍ଜନ ରାଜ୍ୟ ସାଧାରଣ ସମ୍ପାଦକ

ରାଜ୍ୟ ଯୁବ ବିଜେଡିରେ କେନ୍ଦୁଝର ଜିଲ୍ଲାର ତିନି ଯୁବ ନେତା: ଅଞ୍ଜନ ରାଜ୍ୟ ସାଧାରଣ ସମ୍ପାଦକ

97

କେନ୍ଦୁଝର, ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟ ଯୁବ ବିଜେଡିର ପୁର୍ନଗଠନରେ କେନ୍ଦୁଝର ଜିଲ୍ଲାର ତିନି ଯୁବ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ବାପି ରାମଙ୍କୁ ନିଯୁକ୍ତି ଦିଆଯାଇଛି। ନବକଳେବର ଟିମରେ କେନ୍ଦୁଝର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଥିବା ସୌମ୍ୟଶଙ୍କର ଚକ୍ର(ରାଜା)ଙ୍କୁ ରାଜ୍ୟ ଉପସଭାପତି ପ୍ରଦାନ କରାଯାଇଥିବା ବେଳେ ଏହି କମିଟିରେ ଥିବା ଜିଲ୍ଲା ସାଧାରଣ ସମ୍ପାଦକ ଅଞ୍ଜନ କୁମାର ବେଜ (ଦୁଃଖିଆ)ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପ୍ରଦାନ କରାଯାଇଛି। ସେହିପରି ହରିଚନ୍ଦନପୁର ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟ ଅମର କୁଅଁର (ତାପି)ଙ୍କୁ ଯୁଗ୍ମ ସମ୍ପାଦକ ପଦବୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ କର୍ମକର୍ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଇଛି। ତେବେ ଜିଲ୍ଲା ଯୁବ ବିଜେଡି ସଭାପତି ପଦରେ କିଏ ବସିବ ତାକୁ ନେଇ ଦୀର୍ଘ ଦିନୁ କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିବା ବେଳେ ଏହି ପଦବୀ ପାଇଁ ରାକେଶ ରାମ(ବାପି)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ କିଛି ଦିନ ତଳେ ବାପି ରାମଙ୍କୁ ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାବକ ଭାବେ ଘୋଷଣା କରାଯାଇଥିଲା ଓ ତା ପୁର୍ବରୁ ସେ ରାଜ୍ୟ ଯୁବ ବିଜେଡିର ଉପସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏହି ନୂତନ ଯୁବ କମିଟିରେ ଜିଲ୍ଲାର ସବୁ ଅଂଚଳର, ସବୁ ବର୍ଗରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯାଇ ଆନନ୍ଦପୁର ନିର୍ବାଚନମଣ୍ଡଳୀକୁ ଜିଲ୍ଲା ସଭାପତି, ତେଲକୋଇ ନିର୍ବାଚନମଣ୍ଡଳୀକୁ ରାଜ୍ୟ ଯୁଗ୍ମ ସମ୍ପାଦକ, ସଦର ନିର୍ବାଚନମଣ୍ଡଳୀକୁ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦାନ କରାଯାଇ ଭାରସାମ୍ୟ ରକ୍ଷା କରାଯାଇଛି ବୋଲି ମତ ପ୍ରକାଶ ପାଇଛି। ନୂତନ ନିଯୁକ୍ତି ପରେ ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜନ କମୁାର ବେଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ବିଜେଡି ଅଫିସ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ କେ- ସି- ସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଏସ- ସି ସେଲ ସଭାପତି ଭରତଚନ୍ଦ୍ର ପାତ୍ର ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.