Home ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ କନ୍ଧମାଳ ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ସରକାରଙ୍କ ଦ୍ୱାରା...

ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ କନ୍ଧମାଳ ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ସରକାରଙ୍କ ଦ୍ୱାରା ମନୋନୀତ

401

ବାଲିଗୁଡା, ୨୩-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ବାସୀଙ୍କ ପାଇଁ ରାଜ୍ୟ ସରକାର ଏକ ଭେଟି ଦେଇଛନ୍ତି। ଏହି ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ରାଜ୍ୟ ସରକାରଙ୍କ ମହିଳା କମିଶନ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି। ଜାଲିନା ଘୁ.ଉଦୟଗିରି ସହରରୁ ୫ବର୍ଷ ତଳେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଘୁ.ଉଦୟଗିରି ଏନଏସି ର ୮ନଂ ୱାର୍ଡର କାଉନସିଲର ଭାବେ ବିଜେଡିରୁ ନିର୍ବାଚିତ ହୋଇଥିଲେ। ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଥିଲେ। ସେ ରାଜ୍ୟ ମହିଳା ବିଜେଡି ଦଳର ସାଧାରଣ ସମ୍ପାଦିକା ଅଛନ୍ତି। ସେ ସ୍ୱର୍ଗତ ବିଧାୟକ ରଂଜିତ ପ୍ରଧାନଙ୍କ ଝିଅ। ଜାଲିନା ମହିଳା କମିଶନ ସଦସ୍ୟା ଭାବେ ରାଜ୍ୟ ସରକାର ମନୋନୀତ କରିବା ପରେ ସାରା ଅଂଚଳରେ ଖୁସିର ବାତାବରଣ ଦେଖାଦେଇଛି। ସଦସ୍ୟା ଭାବେ ମନୋନୀତ ହେବା ପରେ ଜାଲିନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋଭଳି ଜଣେ ଝିଅକୁ ଯୋଗ୍ୟ ବିବେଚିତ କରି ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ମୁଁ ତାହା ଆନ୍ତରିକତାର ସହ ସମ୍ପୂର୍ଣ୍ଣ କରିବି ଆଗାମୀ ଦିନରେ ମହିଳା ମାନଙ୍କ ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବି। ପ୍ରକାଶ ଯେ, ରାଜ୍ୟ ସରକାର ଗୁରୁବାର ଦିନ ରାଜ୍ୟ ମହିଳା କମିସନର ୪ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଲେ ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଆରତି ସିଂହ ଓ ଜଲିନା ପ୍ରିୟଦର୍ଶିନୀ। ମନୋନୟନ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.