Home କେନ୍ଦୁଝର ରାଜ୍ୟ ବାହରରୁ ଫେରିବାକୁ ୬୮୧୯ ଜଣଙ୍କ ନାମ ପଞ୍ଜିକରଣ

ରାଜ୍ୟ ବାହରରୁ ଫେରିବାକୁ ୬୮୧୯ ଜଣଙ୍କ ନାମ ପଞ୍ଜିକରଣ

256

ହାଟଡ଼ିହି, ୨୮ । ୪ : କରୋନା ଲକଡାଉନ ସମୟରେ ରାଜ୍ୟ ବାହାରେ ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ଓଡିଶା ଫେରିବା ପାଇଁ ନାମ ପଞ୍ଜିକରଣ ବାଧ୍ୟତା ମୁଳକ କରିବାପରେ ୪ଦିନ ହେଲା ପ୍ରତି ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ନାମ ପଞ୍ଜିକରଣ ବ୍ୟବସ୍ଥା । ସେହିପରି ଅନଲାଇନରେ ମଧ୍ୟ ଆବେଦନ କରାଯାଉଛି । ପ୍ରତି ପଞ୍ଚାୟତର ପିଇଓ ଏବଂ ଜିଆରଏସ ମାନେ କାର୍ଯ୍ୟାଳୟରେ ବସି ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ପରିବାର ବର୍ଗଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ କରି ନାମ ପଞ୍ଜିକୃତ କରିଛନ୍ତି । ଆଜି ସୁଧା ମୋଟ ୬୮୧୯ଜଣ ନାମ ପଞ୍ଜିକରଣ କରିଥିବା ଜଣାଯାଇଛି । ଢ଼େଙ୍କା ପଞ୍ଚାୟତରେ ସର୍ବାଧିକ ୪୫୨ଜଣ ନାମ ପଞ୍ଜିକରଣ କରିଥିବାବେଳେ ଗେଡମା ପଞ୍ଚାୟତରେ ସର୍ବନିମ୍ନ ୯୧ଜଣ ନାମ ପଞ୍ଜିକରଣ କରିଛନ୍ତି ।
ଏହି ନାମ ପଞ୍ଜିକରଣ ଅନୁସାରେ ପ୍ରତି ପଞ୍ଚାୟତରେ ଏବେ ରାଜ୍ୟ ବାହାର ଫେରନ୍ତା ମାନେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୁଳକ ହୋଇଥିବାରୁ ପ୍ରତି ପଞ୍ଚାୟତରେ ଏବେ ଅସ୍ଥାୟୀ ଆଇସୋଲେଟର ସେଣ୍ଟର ନିର୍ମାଣ ଚାଲିଛି । ଯେଉଁ ପଞ୍ଜାୟତରେ ଯେତେ ସଂଖ୍ୟକ ଆବେଦନ କରାଯାଇଛି ସେହି ଅନୁପାତରେ ଶଯ୍ୟା ପ୍ରସ୍ତୁତ କରାଯାଉଥିବା ବ୍ଲକ ପକ୍ଷରୁ ସୁଚନା ଦିଆଯାଇଛି । ଆଇତିପୁରରେ ୧୧୫ଜଣ, ଅକରୁଆରେ ୧୩୦ ଜଣ, ବଡରମ୍ପାସରେ ୩୦୧ଜଣ, ବାଲିବରେଇରେ ୨୮୦ଜଣ, ବଞ୍ଚୋରେ ୨୪୫ଜଣ, ଡଅଁରରେ ୨୦୪ଜଣ, ଧନୁର୍ଜୟପୁରରେ ୨୭୧ଜଣ, ହାବଳେଶ୍ୱରରେ ୨୮୨ଜଣ, ହଦଗଡରେ ୧୮୩ଜଣ, ଇଞ୍ଚୋଳରେ ୯୮ଜଣ, ହାଟଡିହିରେ ୨୧୭ଜଣ, ଜମ୍ଭୀରାରେ ୧୮୫ଜଣ, କଳିଗାଁର ୧୮୫ଜଣ, କେ ବାଲିପାଳରେ ୧୩୨ଜଣ, ମରୈଗାଁରେ ୩୮୦ଜଣ, ଓରାଳିରେ ୨୩୫ଜଣ, ପଢ଼ିଆରୀପଲ୍ଲିରେ ୪୧୪ଜଣ, ପଞ୍ଚୁଗୋଛିଆରେ ୩୪୮ଜଣ, ପନ୍ଦାଡୋରେ ୧୩୫ଜଣ, ସଡଙ୍ଗରେ ୨୧୫ଜଣ, ସଢ଼ାରେ ୧୭୦ଜଣ, ଶାଳଣିଆଁରେ ୧୮୪ଜଣ, ସମଣାରେ ୨୪୯ଜଣ, ଶାସଙ୍ଗରେ ୧୫୩ଜଣ, ସୋସୋରେ ୨୭୨ଜଣ, ସୁଲଣରେ ୯୫ଜଣ, ଅଁରାରେ ୧୬୦ଜଣ ଆଜିସୁଧା ଆବେଦନ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.