Home ଓଡ଼ିଶା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ...

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁମୋଦନ ନିମନ୍ତେ କ୍ୟାବିନେଟରେ ପ୍ରସ୍ତାବ ମଂଜୁର

133

ଭୁବନେଶ୍ୱର, ୨ା୯(ଓଡ଼ିଆ ପୁଅ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ସୁପାରିଶ କରାଯାଇଛି
ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ଦ୍ଵିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ରାଜ୍ୟରେ କଳା, ସଂସ୍କୃତି ଓ ଐତିହିଁର ପୁନରୁଦ୍ଧାର ତଥା ସଂରକ୍ଷଣ ନିମନ୍ତେ ୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଭାରତ ସରକାର ୧୯୬୪ ମସିହାରେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଏବଂ ୨୦୧୪ରେ ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦେବା ପରେ ରାଜ୍ୟ ସରକାର ୨୦୦୮ରେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି। ତେଣୁ ଓଡିଶୀ ନୃତ୍ୟ ପରି ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁମୋଦନ ନିମନ୍ତେ ଆଜି ଐତିହ୍ୟ କ୍ୟାବିନେଟରେ ପ୍ରସ୍ତାବ ମଂଜୁର ହୋଇଛି।
ଏତଦ୍ ବ୍ୟତୀତ ନିମ୍ନ ଲିଖିତ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିଗ୍ରହଣ କରାଯାଇଛି।
ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ
ସମସ୍ତ ୟୁନିଭର୍ସିଟିର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ। ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ହଟେଇ ଦିଆଯାଇଛି। ଭିସିଙ୍କ କାର୍ଯ୍ୟକାଳ ୩ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି। ଭିସି ଚୟନ ପାଇଁ କମିଟିରେ ସରକାରଙ୍କ ପ୍ରତିନିଧି ଭାବେ ଜଣେ ରହିବେ।

ସିଙ୍ଗିଲ ୱିଣ୍ଡୋ କ୍ୱିୟରାନ୍ସ ମାଧ୍ୟମରେ ୭ଟି ପ୍ରକଳ୍ପକୁ ଅନୁମୋଦନ
ସିଙ୍ଗିଲ ୱିଣ୍ଡୋ କ୍ୱିୟରାନ୍ସ ମାଧ୍ୟମରେ ୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୭ଟି ପ୍ରକଳ୍ପ ପାଇଁ ୩୨୦୫କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଏହା ଦ୍ୱାରା ୨୪୯୪ ଜଣ ନିଯୁକ୍ତି ସୁଯୋଗ ପାଇବେ।

ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ
ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ମଞ୍ଜୁରି ମିଳିଛି। ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକୁ ଭର୍ଚୁଆଲ କରାଯିବ।

ସଂସ୍କୃତି ଭବନ ଦ୍ୱାରା ପରିଚାଳିତ ଏକାଡ଼େମୀ ପୁରସ୍କାର ରାଶି ବୃଦ୍ଧି କରାଯିବ। ଏକାଡ଼େମୀ ପୁରସ୍କାର ରାଶି ୫୦ ହଜାରରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏକାଡ଼େମୀ ସମ୍ପର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନର ବିକାଶ କରାଯିବ। ସୁଆଣ୍ଡୋର ବିକାଶ ପାଇଁ ସାଢ଼େ ୧୧କୋଟି ଟଙ୍କା ଅନୁମୋଦନ ମିଳିଛି। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଖାଲି ପଦବୀ ପୂରଣ ହେବ। ଅତିବଡ଼ି ଜଗନ୍ନାଥ ଦାଶ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ଅର୍ଥ ରାଶି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା, ଏକାଡେ଼ମିଗୁଡିକର ପୁରସ୍କାର ଅର୍ଥ ରାଶି ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବ ଅନୁମୋଦନ କରାଯାଇଛି।

ସେହିପରି କୃଷି କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ। ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।
‘ଆମ କୃଷି’ରେ ୯ ଲକ୍ଷ ଚାଷୀ ସେମାନଙ୍କର ନାମ ପଂଜିକୃତ କରିଛନ୍ତି। ଚାଷୀମାନଙ୍କ ପାଇଁ ସହଜ ହେଲ୍‌ପଲାଇନ ନମ୍ବର (୧୫୫୩୩୩) ଜାରି କରାଯାଇଛି। ଏହି ନମ୍ବରରେ ଚାଷୀ କଲ କରି ଚାଷ ସଂପର୍କିତ ବିଭିନ୍ନ ତଥ୍ୟ ହାସଲ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.