Home ଓଡ଼ିଶା ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ର ଅନୁମୋଦନ

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ର ଅନୁମୋଦନ

120

ଭୁବନେଶ୍ୱର ୨-୯ (ଓଡ଼ିଆ ପୁଅ) ଆମ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଓଡ଼ିଶା ବିଶ୍ବବିଦ୍ୟାଳୟ ଅନିୟମ, ୧୯୮୯ ରେ ସ୍ଥାପିତ ବ୍ୟବସ୍ଥା ଅନୁସାରେ ପରିଗଳିତ ହୁଅନ୍ତି। ଆଜି ଦିନରେ, ଉକ୍ତ ଅଧିନିୟମର କିଛି ବ୍ୟବସ୍ଥା ଏହାର ପ୍ରାସଙ୍ଗିକତା ହରାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୀୟମ, ୧୯୮୯କୁ ସଂଶୋଧନ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ବିଗତ ବର୍ଷଗୁଡ଼ିକରେ ବିଶ୍ୱବିଦ୍ୟାଳୟର ସିନେଟ୍ ଏକ ପ୍ରକାରର ଆଳଙ୍କାରିକ କର୍ତ୍ତୃପକ୍ଷ ହୋଇପଡ଼ିଛି, କିନ୍ତୁ ଏହାର ପ୍ରକୃତ ବୈଧାନିକ କ୍ଷମତା ସିଣ୍ଡିକେଟ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରୟୋଗ କରାଯାଉଛି। ଏଥିପାଇଁ ସିଣ୍ଡିକେଟ୍ କର୍ତ୍ତୃପକ୍ଷର ପୁନଃଗଠନ କରାଯାଇ ସିନେଟ୍ ବ୍ୟବସ୍ଥାକୁ ବନ୍ଦ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକର ଶିକ୍ଷାଗତ ତଥା ପ୍ରଶାସନିକ କାର୍ଯ୍ୟକାରିତା ସୂଚାରୁ ରୂପେ ପରିଚାଳିତ ହୋଇପାରିବ।

କୁଳପତି ଚୟନ କମିଟିର ପୁନଃଗଠନ କରିବା ସ୍ଵରୂପେ ଉକ୍ତ କମିଟିରେ ସିଣ୍ଡିକେଟ୍ର ଏକ ଚୟନ ସଭ୍ୟ ପରିବର୍ତ୍ତେ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧ (ଶିକ୍ଷାବିତ୍ର)ଙ୍କୁ ସାମିଲ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଗୁଡ଼ିକରେ କୁଳପତି ଚୟନ ପ୍ରକ୍ରିୟାରେ ଏକ ଅଂଶୀଦାର ହୋଇପାରିବେ।

କୁଳପତିମାନଙ୍କର ଅବଧିକୁ ୪ ବର୍ଷ ପର୍ଯ୍ୟନ୍ତ ଏବଂ ଅବସର ବୟସ ସୀମା ୬୭ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା କୁଳପତିମାନେ ବିଶ୍ବବିଦ୍ୟାଳୟଗୁଡ଼ିକର କାର୍ଯ୍ୟକାରିତାରେ ଦୀର୍ଘ ମିଆଦି ପରିବର୍ତ୍ତନ ତଥା ଉନ୍ନତି ଆଣିପାରିବେ।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଞ୍ଜିକୃତ ଶିକ୍ଷକ ଏବଂ ପଞ୍ଜିକୃତ ସ୍ନାତକ ବ୍ୟବସ୍ଥାର ପ୍ରାସଙ୍ଗିକତା ଲୁପ୍ତ ହୋଇଥିବାରୁ, ଉକ୍ତ ବ୍ୟବସ୍ଥାକୁ ବନ୍ଦ କରିବା ନିମନ୍ତେ ସ୍ଥିର କରାଯାଇଛି।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କର ଚୟନ ତଥା ଅଣ-ଶିକ୍ଷକମାନଙ୍କର ନିଯୁକ୍ତି। ନିମନ୍ତେ ଯଥାକ୍ରମେ ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ନିଷ୍ପତ୍ତି ଦ୍ଵାରା ବିଶ୍ବବିଦ୍ୟାଳୟଗୁଡ଼ିକର ସାମୂହିକ ସମ୍ବଳ ଅପଚୟକୁ ରୋକାଯାଇପାରିବ।

ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଥିବାରୁ ଏବଂ ବିଶ୍ୱବିଦ୍ୟାଳୟର ବାର୍ଷିକ ସମୀକ୍ଷା ରିପୋର୍ଟ ଅତି ବିଶାଳକାୟ ହୋଇଥିବାରୁ, ଏହାକୁ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି। ତେଣୁ, ଏହି ବ୍ୟବସ୍ଥା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କର ବାର୍ଷିକ ସମୀକ୍ଷା ରିପୋର୍ଟକୁ ନିଜନିଜର ୱେବ୍ସାଇଟ୍ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍ୟୁନ ତିନି ବର୍ଷ ପର୍ଯ୍ୟନ୍ତ ଉପଲବଧି କରିବେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନିୟମ, ୨୦୦୫ ମୁତାବକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକ ଏକକ ବିଶ୍ବବିଦ୍ୟାଳୟ ରୂପେ ସ୍ଥାପିତ ହୋଇଅଛି। ରାଜ୍ୟର ଅନ୍ୟ ଦୁଇଗୋଟି ଏକକ ବିଶ୍ବବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧନିୟମ, ୧୯୮୯ ପ୍ରକାରେ ପରିଚାଳିତ ହୋଇ ଆସୁଅଛନ୍ତି ଏବଂ ଉକ୍ତ ଦୁଇଗୋଟି ଏକକ ବିଶ୍ବବିଦ୍ୟାଳୟର ନିଜସ୍ବ ଅଧିନିୟମ ନାହିଁ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅନିୟମ, ୧୯୮୯ ରେ ସମସ୍ତ ଏକକ ବିଶ୍ବବିଦ୍ୟାଳୟର ବ୍ୟବସ୍ଥାଗୁଡ଼ିକ ସ୍ଥାନ ପାଇଛି। ପରନ୍ତୁ, ଏକାଧିକ ଅନିୟମ ପ୍ରଣୟନ କରିବା ଦ୍ବାରା ସେମାନଙ୍କ ମଧ୍ୟରେ ଅମେଳ ସୃଷ୍ଟି କରିବ। ତେଣୁ, ବର୍ଭମାନ ପ୍ରଚଳିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧନିୟମ, ୨୦୦୫କୁ ଉଚ୍ଛେଦ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବିଶ୍ବବିଦ୍ୟାଳୟ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧନିୟମ, ୧୯୮୯ ଅନୁଯାୟୀ ନିରବଚ୍ଛିନ୍ନ ଓ ନିର୍ବିଘ୍ନ ଭାବରେ କାର୍ଯ୍ୟ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.