Home ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ- ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ତରଫରୁ...

ରାଜ୍ୟ କାର୍ଯ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ- ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ତରଫରୁ ରାଷ୍ଟ୍ରପତି ଭବନରୁ ଆସିଥିବା ମିଷ୍ଠାନ୍ନ ବଂଟନ

49

ଭୁବନେଶ୍ୱର, ତା.୨୬/୦୭ (ଓଡ଼ିଆ ପୁଅ) : କାରଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ। ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ଆଜି ଦେଶବ୍ୟାପୀ କାର୍ଗିଲ ବିଜୟ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ କାର୍ଗିଲ ବିଜୟ ଉତ୍ସବ ପାଳନ ସହ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ। ଏହା ପରେ ରାଷ୍ଟ୍ର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ ଭାବେ ଗତ ୮ ବର୍ଷର ମୋଦି ଶାସନରେ ଭାରତୀୟ ସେନାର ଶକ୍ତି ବହୁ ବୃଦ୍ଧି ପାଇଛି। ଅଗ୍ନିପଥ ଯୋଜନା ଜରିଆରେ ମୋଦି ସରକାର ଦେଶର ସେନାବହିନୀକୁ ଅଧିକ ସଶକ୍ତ ଓ ସୁଦୃଢ କରିଛନ୍ତି। ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଟା କରିବାରେ ସଫଳ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠରେ ରାଜ୍ୟ ଆବାହକ ଶ୍ରୀ ସର୍ଜନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ବହୁ ପୂର୍ବତନ ସେନାଧିକାରୀମାନେ କାରଗିଲ ଯୁଦ୍ଧ ସମୟର ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ପୂର୍ବତନ ସେନାଧିକାରୀ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି, ବ୍ରିଗେଡିୟର ଡା.ଏଲ.ସି.ପଟ୍ଟନାୟକ, ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ, କର୍ଣ୍ଣେଲ ଏସ.ସି.ମହାନ୍ତି, କର୍ଣ୍ଣେଲ ଏନ.ବେହେରା ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

ଅନ୍ୟ ପଟେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗତ କାଲି ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ତରଫରୁ ରାଷ୍ଟ୍ରପତି ଭବନରୁ ଆସିଥିବା ମିଷ୍ଠାନ୍ନ ବଂଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବହୁ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.