Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତର ପୁଲିସ ଦୌଡ ପ୍ରତିଯୋଗୀତାରେ ମାଲକାନଗିରି ପୁଲସିକୁ ମିଳିଲା ସ୍ୱର୍ଣ୍ଣ ପଦକ

ରାଜ୍ୟସ୍ତର ପୁଲିସ ଦୌଡ ପ୍ରତିଯୋଗୀତାରେ ମାଲକାନଗିରି ପୁଲସିକୁ ମିଳିଲା ସ୍ୱର୍ଣ୍ଣ ପଦକ

122

ମାଲକାନଗିରି,୧୦ା୨ (ଓଡିଆ ପୁଅ) କଟକ ଠାରେ ଅନୁଷ୍ଠିତ ପୁଲିସ ମାରାଥନ ପ୍ରତି ଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଜିଲ୍ଲାର ଜଣେ ଯବାନ ଭାଗନେଇ ପ୍ରଥମସ୍ଥାନ ଅଧିକାର ସହ ସ୍ୱର୍ଣ୍ଣପଦକ ହାସଲ କରି ଜିଲ୍ଲାପୁଲିସ ବିଭାଗ ପାଇଁ ଗୌରବ ଆଣିଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଓଡିଶା ଆର୍ମ ପୁଲିସ ଫୋର୍ସର ଯବାନ ବୁଦୁରା ବିଷୋୟୀ ନାୟକ ରାଜ୍ୟସ୍ତର ମାରାଥନ ପ୍ରତିଯୋଗୀତାରେ ଭାଗନେଇ ୪୫କିଲୋମିଟର ଦୌଡରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯିବାସହତି ସ୍ୱଣ୍ଣ ର୍ପଦକ ଓ ସିଲ୍ଡ ପ୍ରଦାନ କରାଯାଇଥିଲା, ସେ ମାଲକାନଗିରି କୁ ଫେରିବା ପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ବସଷ୍ଟାଣ୍ଡ ଠାରେ ତାଙ୍କୁ ପୁସ୍ପଗୁଛ ଦେଇ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଥିଲେ,ଶତାଧିକ ପୁଲିସ କର୍ମଚାରୀ ମାନେ ବାଦ୍ୟ ନୃତ୍ୟ ମାଧ୍ୟମରେ ସୋଭାଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପୁଲିସ କାର୍ଯ୍ୟାଳୟ କୁ ନେଇଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.