Home ଓଡ଼ିଶା ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ୧୬ଜଣ ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ

ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ୧୬ଜଣ ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ

28

ମାଲକାନଗିରି,୨୮ା୧୦(ଓଡିଆ ପୁଅ ) ବଲାଙ୍ଗିରି ଜିଲ୍ଲା ଟିଟିଲାଗଡ ଠାରେ ୨୯ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତି ଯୋଗୀତାରେ ମାଲକାନଗିରି ଜିଲ୍ଲାର ୧୬ଜଣ ବଣ୍ଡା,କୋୟା, ପରଜା,କନ୍ଧ ଆଦିବାସୀ ସଂପ୍ରଦାୟର ଯୁବକ ଓ ଯୁବତୀ ମାନେ ଭାଗ ନେଉଛନ୍ତି । ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରକୂଳ) ଓ ଜୁଡୋ ଏସୋସିଏସନର ର ଛାତ୍ର ଛାତ୍ରୀ ସେମାନଙ୍କୁ ସ୍ୱତନ୍ତ୍ର ଭାବେ କଳା କୌଶଳ ତାଲିମ ଦିଆଯାଇଛି । ଆଜି ଅପରାହ୍ନରେ ୧୬ଜଣ ଖଳାଳୀ ଙ୍କ ସହିତ ୨ଜଣ ଗାଇଡ ସ୍ୱତନ୍ତ୍ର ଗାଡିରେ ବଲାଙ୍ଗିର କୁ ଯାତ୍ରା କରିଛନ୍ତି । ଆଜି ସକାଳେ ଅଲଓଡିଶା ମାର୍ଶଲ ଆର୍ଟ କୋଡେମୀ ପରିସରରେ ଆଓମା ର ସଭାପତି ରତ୍ନାକରଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ମୁଖ୍ୟବକ୍ତା ଭାବେ ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ,ସମ୍ମାନିତ ଅତିଥି ଭାବେ ମାଲକାନଗିରି ବ୍ଲକ ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ସରୋଜ କୁମାର ସାମନ୍ତରାୟ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ କେବଳ ପାଠପଢି ପୁସ୍ତକ କିଟ ହୋଇ ରହିଲେ ହେବ ନାହିଁ,ପାଠ ସହିତ ସାଠର ଆବଶ୍ୟତକା ରହିଛି,ଶିକ୍ଷାକୁ ଗୁରୁତ୍ୱ ଦେବାସହିତ ସବୁପ୍ରକାର କ୍ରୀଡା ଜାଣିବା ଆବଶ୍ୟକତା ରହିଛି । ମାର୍ଶଲଆର୍ଟ ଓ ଜୁଡୋ ଏମିତି ଏକ କଳା ଯାହାକି ବିନା ଅସ୍ତ୍ରରେ ନିଜର ଆତ୍ମରକ୍ଷା ସହିତ ଅନ୍ୟକୁ ସୁରକ୍ଷା ଦେଇପାରେ ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଅତିଥି ମାନେ ପ୍ରତି ଯୋଗୀତାରେ ଭାଗନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ପଗୋଛ ଦେଇ ସେମାନଙ୍କୁ ସଫଳତା କାମନା କରି ସେମାନଙ୍କୁ ପ୍ରରଣା ଦେବା ସହିତ ଉତ୍ସାହିତ କରଥିଲେ । ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏସୋସିଏସନର ମୁଖ୍ୟ ବିନାଶ କୁମାର ମିଶ୍ର ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ । ଜୁଡୋ ଏସୋସିଏସନର ସଭାପତି ଦିଲୀପ ଦାଶ ବହୁଦିନରୁ ଅସୁସ୍ଥ ହୋଇ ଶଯ୍ୟାଶାଇ ଥିଲେ ମଧ୍ୟ ଜୁଡୋ ଏସୋସିଏସନ ରୁ ୧୬ଜଣ ପିଲା ରାଜ୍ୟସ୍ତର ପ୍ରତି ଯୋଗୀତାରେ ଭାଗ ନେଉଥିବାରୁ ସେ ଖୁସି ହୋଇ ଭିଡିଓ କଲ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ବଧାଇ ଜଣାଇବା ସହ ସଫଳତା କାମନା କରିଥିଲେ ।ଶେଷରେ ସଂସ୍ଥାର ସୋମେଶ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଟିଟିଲାଗଡ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜୁଡୋ ପ୍ରତି ଯୋଗୀତାରେ ଭାଗନେବା ପାଇଁ ଯାଉଥିବା ମାଲକାନଗିରି ଆଓମା ଓ ଜୁଡୋ ଏସୋସିଏସନର ଛାତ୍ର ଛାତ୍ରୀ ଙ୍କ ସମସ୍ତ ପ୍ରକାର ଗସ୍ତଖର୍ଚର ଦାଇତ୍ୱ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ପୁବ ର୍ତନ ଛାତ୍ର ଆଦିତ୍ୟ ପଟନାୟକ ଓ ତାଙ୍କର କିଛି ବନ୍ଧୁ ନେଇଥିବାରୁ ତାଙ୍କୁ ସସ୍ଥାପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା ।ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଓମା ଓ ଜୁଡୋ ସଂସ୍ଥାରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ,ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତାରେ ଭାଗନେଇ ଅନେକ ଥର ସ୍ୱଣ୍ଣ ର୍,ରୌପ୍ୟ,ବ୍ରୋଚଂ ପଦକ ହାସଲକରି ରାଜ୍ୟ ଓ ଜିଲ୍ଲାର ଗୌରବ ବଢାଇଛନ୍ତିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.