Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ, ଯାଜପୁରକୁ ହରାଇ କେସିଏ ଧାମନଗର ଚମ୍ପିଆନ

ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ, ଯାଜପୁରକୁ ହରାଇ କେସିଏ ଧାମନଗର ଚମ୍ପିଆନ

28

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆନନ୍ଦ ବଜାରସ୍ଥିତ ଗଞ୍ଜାମାଳ ଗ୍ରାଉଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରାନ୍ତି କଲଚୁରାଲ ଆସୋସିଏସନ ଧାମନଗର ଚମ୍ପିଆନ ହୋଇଛି । ଆଜି ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କେସିଏ ଧାମନଗର ୪୦ ରନରେ ସୁପର୍ଣ୍ଣ ଇଲେଭେନ ଯାଜପୁରକୁ ପରାସ୍ତ କରିଛି । ଟସ ଜିଣି ଧାମନଗର କେସିଏ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୨୦୬ ରନ୍ କରିଥିବା ବେଳେ ଅଲଆଉଟ ହୋଇ ଯାଇଥିଲା । ଜିତେନ୍ଦୁ ଭୋଇ ସର୍ବାଧିକ ୫୪ ଏବଂ ପ୍ରକାଶ ପରିଡ଼ା ବିସ୍ପୋରକ ୩୯ ରନର ଇଂନିସ ଖେଳିଥିଲେ । ସୁପର୍ଣ୍ଣ ଇଲେଭେନ ପକ୍ଷରୁ ସ୍ୱପ୍ନେଶ୍ୱର ବିଶ୍ୱାଳ ଏବଂ ବିରଜା ଦାସ ପ୍ରତ୍ୟେକ ୩ ଲେଖାଏଁ ଉଇକେଟ ନେଇଥିଲେ । ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ଯାଜପୁର ସୁପର୍ଣ୍ଣ ଇଲେଭେନ ଦୁଇ ମହାପାତ୍ର ଭାଈ ଅଧିନାୟକ ସୁବ୍ରତ ଏବଂ ଅଭିଜିତ ଅପନିଂରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ସୁବ୍ରତ ୫୨ ଏବଂ ଅଭିଜିତ ୩୬ ରନର ସ୍କୋର କରି ଆଉଟ ହୋଇଯିବା ପରେ ଯାଜପୁର ଟିମ ୧୭.୩ ଓଭରରେ ୧୬୬ ରନ୍ କରି ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା ।କେସିଏ ଧାମନଗର ପକ୍ଷରୁ ପ୍ରଦୀପ ବେହେରା ୪ ଏବଂ ସଂଜୀବ ଚୌଧୁରୀ ୩ ଉଇକେଟ ଅକ୍ତିଆର କରିଥିଲେ । ଫାଇନାଲ ରେ ନରେନ୍ଦ୍ର ପଣ୍ଡା ଏବଂ ବିବେକାନନ୍ଦ ସାମଲ ଅମ୍ପାୟାରିଂ କରିଥିଲେ । ରାଜନ ପଣ୍ଡା,ଶଶିକାନ୍ତ ପୃଷ୍ଟି,ମିଲନ ପଣ୍ଡା ସ୍କୋରର ଥିବା ବେଳେ ଭାନୁପ୍ରତାପ ବେଦୀ ଏବଂ ଉତ୍କଳମଣି ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ ।ଫାଇନାଲ ମ୍ୟାଚକୁ ଅତିଥୀ ଭାବେ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଏବଂ ଯୁବ ସମାଜସେବୀ ମାଧବ ମଲ୍ଲିକ ଉଦଘାଟନ କରିଥିଲେ । ଆସୋସିଏସନର ସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସମାଜସେବୀ ହେମେନ୍ଦ୍ର ସାହୁ,ଶିକ୍ଷାବିତ ବାଇଧର ବିଶ୍ୱାଳ,ଯାଜପୁର ରୋଟାରୀ କ୍ଲବର ସମ୍ପାଦକ ଗିରିଶ ବିହାରୀ ମିଶ୍ର,ବିଜେପି ଯୁବମୋର୍ଚ୍ଛା ରାଜ୍ୟ ଆଇଟି ସେଲ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ,ଅପେରା ନାୟକ ଗୁନୁ,ନାୟିକା ମାମା,ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥୀ ରୂପେ ଯୋଗଦେଇ ଚମ୍ପିୟାନ ଏବଂ ରନର୍ସ ଅଫ ଟିମକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଜିତେନ୍ଦୁ ଭୋଇ,ମ୍ୟାନ ଅଫ ଦି ସିରିଜ ସଂଜୀବ ଚୌଧୁରୀ ଏବଂ ଶୃଙ୍ଖଳିତ ଖେଳାଳି ସୁବ୍ରତ ମହାପାତ୍ରଙ୍କ ସମେତ ଦୁଇ ଅମ୍ପାୟାରଙ୍କୁ ପୁରସ୍କୃତ କରାଯାଇଥିଲା । ଆସୋସିଏସନର ସମ୍ପାଦକ ଦେବାଶିଷ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ପ୍ରତିଯୋଗିତାକୁ ତପନ ସାହୁ,ବେଦବ୍ୟାସ ଜେନା,ମନୋଜ ପଣ୍ଡା,ବିଜୁ ପାଲ,ଅମୂଲ୍ୟ ନାଥ,ଉଜ୍ଜ୍ୱଳ ନାଥ,ରମେଶ ସାହୁ,ଭାବଗ୍ରାହୀ ଚିନ୍ଦ୍ରା,ମହାପ୍ରସାଦ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.