Home ଜିଲ୍ଲା ପରିକ୍ରମା ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ୩୭ତମ ସମାରୋହ

ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ୩୭ତମ ସମାରୋହ

38

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରେ ପୁରୁଣାବଜାର ସ୍ଥିତ ଜାମା ମସ୍‌ଜିଦ୍ ଛକଠାରେ ଦୁଇଦିନ ବ୍ୟାପୀ ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ୩୭ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବର ପ୍ରଥମ ରାତ୍ରରେଏକ ଧର୍ମସଭା ଆୟୋଜିତ ହୋଇଥିଲା । ଏହି ଧର୍ମସଭାରେ ମୁଖ୍ୟଅତିଥି ଭାବେ ଭଦ୍ରକ ମୁସ୍‌ଲିମ ଜମାତ୍‌ର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ ଯୋଗଦାନ କରିଥିଲେ । ମଦ୍ରାସା କାଦରିଆ ହବିବିଆ ଶିକ୍ଷକ କାରୀ ମୋବାସିର ରହେମାନଙ୍କ କୁରାନ ପାଠ ପରେ ମୁସ୍ତାକ ଗୌହରଙ୍କ ସଂଚାଳନରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୌଲାନା ମୁଫତି ଗୋଲାମ ହାଇଦର, ମୌଲାନା ସାଦିକ ହୋସେନ, କବି ବଦରୁଲ ହୋଦା, ଜାଫର ଦାନିଷ, ଅକ୍ରମ ଅଲୀ, ଅଲିମୁଦ୍ଦିନ ବେକସ୍‌, ମୀନହାଜ କାଦ୍‌ରୀ, ଅହେସାନ କାଦ୍‌ରୀ ଓ ହକିଲ କାଦ୍‌ରୀ ପ୍ରମୁଖ ଯୋଗ ଦେଇ ଖ୍ୱାଜା ଗରିବ ନୱାଜଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ରାତ୍ରରେ ସର୍ବସାଧାରଣଙ୍କ ପାଇଁ ଲଙ୍ଗର(ପ୍ରସାଦ)ର ବ୍ୟବସ୍ଥା କରାଯାଇଥିଲା । କମିଟିର ସଭାପତି ନସରୁ ଖାଁ, ଉପସଭାପତି ଶେଖ୍ ଅନୱର, ସମ୍ପାଦକ କଲିମୁଦ୍ଦିନ ଖାଁ, ଗୋଲାମ ମୋହିଦ୍ଦିନ, ଇସାର ଅଲୀ, ଶେଖ ସୁଲ୍ଲୋ, ଶେଖ ଇଲିୟାସ, ଶେଖ ନୌଶାଦ, ଏମାମୁଲ ଖାଁ, ଅଲି ହୋସେନ, ମୀର କାଲିଆ ପ୍ରମୁଖ ସମାରୋହକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.