Home ଓଡ଼ିଶା ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନଡିଏକୁ ସମର୍ଥନ କରିବା ପରେ ବିଜେଡି ଦଳର ଅସଲ ରୂପ...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନଡିଏକୁ ସମର୍ଥନ କରିବା ପରେ ବିଜେଡି ଦଳର ଅସଲ ରୂପ ପ୍ରକାଶ ପାଇଛି – ନିରଞ୍ଜନ ପଟ୍ଟନାୟକ

87

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) – ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍ଡିଏକୁ ସମର୍ଥନ କରିବା ବିଜେଡି ଘୋଷଣା କରିବା ପରେ ବିଜେଡି ଦଳର ଅସଲ ରୂପ ପ୍ରକାଶ ପାଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ୍ ବାର୍ତ୍ତା ଜରିଆରେ କହିଛନ୍ତି। ଅତୀତରେ ବିମୁଦ୍ରୀକରଣ, ରାଜ୍ୟସଭା ନିର୍ବାଚନ ଆଦି ଅନେକ କ୍ଷେତ୍ରରେ ବିଜେପିକୁ ସମର୍ଥନ କରି ଆସୁଥିଲେ ଓ ସମଦୂରତା କଥା କହୁଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଦଳ ସମୂହ ଭାବରେ ବିଜେପି ସହିତ ଅଛନ୍ତି। ତାଙ୍କରି ନିର୍ଦ୍ଦେଶରେ ହିଁ ବିଜେଡି ଦଳ ଚାଲିଛି। ଏଣୁ ଲୋକଙ୍କୁ ମିଥ୍ୟା ପ୍ରଚାର କରିବାର ଆବଶ୍ୟକତା ନାହିଁ। ଓଡିଶାରେ ବିଜେଡି – ବିଜେପି ଦଳ ଏକ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଅନ୍ୟ ଏକ ପ୍ରସଙ୍ଗରେ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଯେପରି ରାଜ୍ୟ ସରକାର ଓପିଜିସିକୁ ଶତ ପ୍ରତିଶତ ଅଧିନରେ ରଖିବା ପାଇଁ ୨୦ ବର୍ଷ ଭିତରେ ରାଜ୍ୟର ସ୍ୱାର୍ଥ ପାଇଁ ଗୋଟିଏ ଭଲ ନିଷ୍ପତି ନେଇଥିଲେ। ସେହିପରି ସରକାରଙ୍କର ଯଦି ସଦ୍ବୁଦ୍ଧି ଅଛି ଓ ଓଡିଶାର ସ୍ୱାର୍ଥ ଚାହୁଁଛନ୍ତି, ତା’ହେଲେ ସରକାରଙ୍କୁ ଅନୁରୋଧ କରିବି ଯେ ନିଳାଚଳ ଇସ୍ପାତ ନିଗମ ଓ ବଡବିଲ୍ ଆଇରନ୍ ୱାର୍କସ୍ ଯାହାକୁ କି ବିଜୁ ବାବୁ ତିଆରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କୁ ବିକ୍ରୀ କରି ଦେଇଥିଲେ, ବର୍ତମାନ ତାହା ବଡ ଦୁରାବସ୍ଥାରେ ଅଛି। ଓଏମ୍ସି ପାଖରେ ଯଥେଷ୍ଟ କଂଚାମାଲ୍ ଅଛି ଏବଂ କ୍ଷତି ହେବାର କୌଣସି ସମ୍ଭାବନା ନାହିଁ। ନିଳାଚଳ ପାଖରେ ଦୈତାରୀ ମାଇନ୍ସ ଅଛି। ଏଣୁ ଏ ଦୁଇଟିଯାକ କାରଖାନାକୁ ଓଡିଶାର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ନିଜ ଅଧିନରେ ରଖନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଓଏମ୍ସି ହେଉ ବା ଅନ୍ୟ ଲାଭଜନକ ସଂସ୍ଥା ସହ ଯୋଡି ସରକାର ତାକୁ ନିଜ ଆୟତରେ ରଖନ୍ତୁ। ତା’ ନକରି ଯଦି ଅନ୍ୟ କାହାକୁ ଦେବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଥାନ୍ତି ତେବେ ଏହା ଓଡିଶା ଏବଂ ଓଡିଶାବାସୀଙ୍କ ପ୍ରତି ଗୋଟିଏ ଅପରାଧ ହେବ। ଓଡିଶାର ଅଧିକ ଉପାର୍ଜନ ପାଇଁ ଯେଉଁ ସବୁ ସୁଯୋଗ ଅଛି ତାହାକୁ ସରକାର ହରାନ୍ତୁ ନାହିଁ। ଦ୍ୱିତୀୟରେ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପୁଣି ଅନୁରୋଧ କରିଛନ୍ତି ଯେ ଯେଉଁ ଭଲ ଭଲ ଆଇରନ୍ ମାଇନ୍ସ ଅଛି, ଏବେ ମଧ୍ୟ ଅକ୍ସନ ନେଇନାହାନ୍ତି ତାକୁ ମଧ୍ୟ ଓଏମ୍ସି ଅଧିନରେ ରଖିବା ପାଇଁ ସରକାର ନିଷ୍ପତି ଗ୍ରହଣ କରନ୍ତୁ। ଏହା ଓଡିଶାର ଭବିଷ୍ୟତ ପାଇଁ ନିତାନ୍ତ ଆବଶ୍ୟକ। କେବଳ କଂଚାମାଲ୍ ବିଶେଷ କରି ଆଇରନ୍, ମାଙ୍ଗାନିଜ୍, ବକ୍ସାଇଟ୍ ଓ କ୍ରୋମାଇଟ୍ ଦ୍ୱାରା ହିଁ ଓଡିଶାର ଶିଳ୍ପ ଅଭିବୃଦ୍ଧି ସମ୍ଭବ। ତେଣୁ ତାକୁ ଓଡିଶା ସରକାର ହାତଛଡା କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.