Home ଓଡ଼ିଶା ରାଜ୍ୟରେ ୨୫୦୦ରୁ ଊର୍ଦ୍ଧ୍ୱ ପ୍ରଧାନଶିକ୍ଷକ ପଦବୀ ଖାଲି ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାଁନ୍ତି...

ରାଜ୍ୟରେ ୨୫୦୦ରୁ ଊର୍ଦ୍ଧ୍ୱ ପ୍ରଧାନଶିକ୍ଷକ ପଦବୀ ଖାଲି ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାଁନ୍ତି ବିଭାଗ – ଓଷ୍ଟା

160

କଟକ୪ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ପଦୋନ୍ନତି ମାଧ୍ୟମରେ ଏହି ପଦବୀକୁ ପୂରଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।

ପ୍ରକାଶଥାଉକି, ରାଜ୍ୟରେ ପୂର୍ଣ୍ଣ ସରକାରୀ ଓ ନୂତନ ସରକାରୀ ନାମରେ ଥିବା ପ୍ରାୟ ୩୬୦୦ ହାଇସ୍କୁଲ ମଧ୍ୟରୁ ପାଖାପାଖି ୨୫୦୦ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକ ଜୁନିଅର ଏସ.ଇ.ଏସ୍ ଶିକ୍ଷକଙ୍କ ବରିଷ୍ଠତା ଆଧାରରେ ପଦୋନ୍ନତି ମାଧ୍ୟମରେ ପୂରଣ କରିବାର ସରକାରୀ ବିଧିବ୍ୟବସ୍ଥା ରହିଛି। ମାତ୍ର ରାଜ୍ୟ ସରକାର ୨୦୧୫ ମସିହା ପରଠାରୁ ଅଦ୍ୟାବଧି କାହାକୁ ପଦୋନ୍ନତି ଦେଇ ନାହାନ୍ତି କିମ୍ବା ଖାଲି ପଡ଼ିଥିବା ପଦବୀ ପୂରଣ କରି ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା.୧୦.୦୧.୨୦୨୦ରିଖ ରେ ଚିଠି ନଂ.୧୦୨୬ ଅନୁଯାୟୀ ପଦୋନ୍ନତି କ୍ଷେତ୍ରରେ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ। ଯଦ୍ଦ୍ୱାରା ପଦୋନ୍ନତି କ୍ଷେତ୍ରରେ ଥିବା ଜଟିଳତା ସରଳୀକରଣ ହେଲା। ପ୍ରତ୍ୟେକ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରମୋଶନ ଅଦାଲତ ମାଧ୍ୟମରେ ଡି.ପି.ସି. ବସାଇ ପଦୋନ୍ନତି ଦେବାପାଇଁ ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଲା। ଯଦି କୌଣସି ସମୟରେ ଏହାର ଖିଲାପ କରାଯାଏ ତେବେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ମାନବସମ୍ବଳ ବିକାଶର ସର୍ବଶ୍ରେଷ୍ଠ କ୍ଷେତ୍ର ଶିକ୍ଷାର ପ୍ରାଣକେନ୍ଦ୍ର ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ଦୀର୍ଘ ୫ ବର୍ଷ ଧରି ଅବହେଳା ହୋଇଚାଲିଛି ା

ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ସହକାରୀ ଶିକ୍ଷକମାନଙ୍କର ଏକ ରାଜ୍ୟସ୍ତରୀୟ କ୍ୟାଡର୍ କରାଯାଇ ତନ୍ମଧ୍ୟରୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହି କ୍ୟାଡର ପ୍ରସ୍ତୁତିକୁ ସଠିକ୍ ଢଙ୍ଗରେ କରାଯାଉ ନଥିବାରୁ ପ୍ରମୋଶନରେ ବିଳମ୍ବ ହେଉଛି ଏବଂ ଏହି କ୍ୟାଡର୍‌କୁ ବିରୋଧ କରି ଉଚ୍ଚ ଅଦାଲତରେ ମାମଲା ଦାୟାର୍ ହେଉଛି। ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ଅଦାଲତରେ ଚାଲିଥିବା ମାମଲା ପାଇଁ ପ୍ରଧାନଶିକ୍ଷକ ପଦବୀ ପୂରଣ ହୋଇପାରୁ ନାହିଁ ବୋଲି ଦୀର୍ଘ ୫ ବର୍ଷ ଧରି ସଫେଇ ଦିଆ ଚାଲିଥିଲା। କିନ୍ତୁ ଗତ ତା.୦୪.୦୩.୨୦୨୦ରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ମହାଧିବକ୍ତା (ଇୟଙ୍ଖକ୍ଟମବଗ୍ଧର ଏରଦ୍ଭରକ୍ସବକ୍ଷ) ମାନ୍ୟବର ଉଚ୍ଚ ଅଦାଲତରେ ରାଜ୍ୟରେ ୨୫୪୭ ପ୍ରଧାନଶିକ୍ଷକ ପଦବୀ ଖାଲିପଡ଼ିଥିବା କଥା ପ୍ରକାଶ କରିବା ସହିତ ଏଥିଯୋଗୁଁ ରାଜ୍ୟର ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି ବୋଲି ମାନ୍ୟବର ଅଦାଲତଙ୍କୁ ଅବଗତ କରାଇଥିଲେ। ମାମଲାର ଗୁରୁତ୍ୱ ଉପଲବ୍ଧି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ କେସ୍ ନଂ ଡଚ(ଉ) ୬୦୯୯ ଏବଂ ମିଶ୍ କେସ୍ ନଂ-୫୧୭୧/୨୦୧୮ ଅନୁଯାୟୀ ପଦୋନ୍ନତିରେ ବାଧକ ଥିବା ରହିତାଦେଶକୁ ଉଚ୍ଛେଦ କଲେ ଏବଂ ରାଜ୍ୟସରକାର ତୁରନ୍ତ ପଦୋନ୍ନତି ଦିଅନ୍ତୁ ବୋଲି ତାଙ୍କର ରାୟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ ସରକାରଙ୍କ ନିରବତା ଦୁର୍ଭାଗ୍ୟର ବିଷୟ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପଦୋନ୍ନତି ଦେବା ନିମନ୍ତେ ନିର୍ଦ୍ଦେଶନାମା ଓ ରାଜ୍ୟ ଉଚ୍ଚ ଅଦାଲତଙ୍କର ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦବୀପୂରଣ କରିବା ରାୟକୁ ବେଖାତିର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଯାବତ୍ ପଦୋନ୍ନତି ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି। ପ୍ରତ୍ୟେକ ମାସରେ ଶହ ଶହ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହୋଇ ଅବସର ଗ୍ରହଣ କରୁଛନ୍ତି। ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ସେମାନଙ୍କୁ ବଞ୍ôଚତ କରାଯାଉଛି। ଏସବୁକୁ ବିଚାରକୁ ନେଇ ରାଜ୍ୟରେ ଖାଲିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଓଷ୍ଟାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି।

ମାଧ୍ୟମିକ ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପ୍ରଧାନଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପରିଚାଳନାରେ ସନ୍ତୁଳନ ରହୁ ନାହିଁ। ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ରଜ ପୂର୍ବରୁ ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦବୀ ପୂରଣକରି ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ସୁବ୍ୟବସ୍ଥିତ କରିବା ପାଇଁ ସଂଗଠନର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଣିଗ୍ରାହୀ, ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଭିକାରି ଚରଣ ସାହୁ, ଯୁଗ୍ମ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଂଜନ କୁମାର ଦାଶ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ରଙ୍କ ସମେତ ଶିକ୍ଷକ ନେତା ସର୍ବଶ୍ରୀ ଶଙ୍କର କୁମାର ସୁବୁଦ୍ଧି, ବିନାୟକ ପରିଡ଼ା, ନୀଳମଣି ପୁରୋହିତ, ନିର୍ମଳ ଜେନା, ଅତୁଲ ବିକ୍ରମ ପ୍ରଧାନ, ମଧୁସୂଦନ ଦେ, କାହ୍ନୁଚରଣ ସାମଲ, ବିଜୟ କୁମାର ଛତ୍ର, ରମାକାନ୍ତ ମହାପାତ୍ର, ସୁରଜିତା ନାୟକ ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.