Home ଓଡ଼ିଶା ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଦେଶକ

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଦେଶକ

115

ଯାଜପୁର୫-୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ବରୀ ପଂଚାୟତ ସମିତି ସମ୍ମିଳନୀ ଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ନାୟକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାକୁ ପ୍ରୋବେସନରେ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାୱାର ସଚିନ ପ୍ରକାଶଙ୍କୁ ସମସ୍ତଙ୍କ ସହ ପରିଚିତ କରାଇ ସ୍ୱାଗତ କରିଥିଲେ। ଶ୍ରୀ ପାୱାର ବିଭିନ୍ନ ବୈଠକରେ ଯୋଗଦେଇ ସମୀକ୍ଷା ଗୁଡି଼କୁ ଦେଖି ଶିଖିବା ସହ ନିଜର ଦକ୍ଷତାକୁ ଏହାଦ୍ୱାରା ବଢ଼େଇପାରିବେ ବୋଲି କହିଥିଲେ। ପରେ ବିସ୍ତୃତ ସମୀକ୍ଷା କରି ଶ୍ରୀ ନାୟକ ମନରେଗାରେ ବରୀ ବ୍ଲକରେ ଚଳିତମାସ ୫ ତାରିଖ ସୁଦ୍ଧା ୫ହଜାର ଓ ୧୦ତାରିଖ ସୁଦ୍ଧା ୮ହଜାର ଶ୍ରମଦିବସ ସୃଷ୍ଟି କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଯେଉଁଠାରେ ଚତୁର୍ଥ ଓ ଚତୁର୍ଦ୍ଧଶ ଅର୍ଥକମିଶନର ଅର୍ଥକୁ ମନରେଗା ସହ କନଭର୍ଜ କରାଯାଇଛି ସେଠାରେ ନିୟମ ମୁତାବକ ଆଶିଂକ ମେସିନ ମାଧ୍ୟମରେ ଓ ସର୍ବାଧିକ କାର୍ଯ୍ୟ ଶ୍ରମିକମାନଙ୍କ ମାଧ୍ୟମରେ ଏବଂ ଯେଉଁଠାରେ କେବଳ ମନରେଗା କାର୍ଯ୍ୟ ହେଉଛି ସେଠାରେ କେବଳ ଶ୍ରମଜୀବିଙ୍କ ମାଧ୍ୟମରେ କାମ କରେଇବାକୁ ନିର୍ଦ୍ଧେଶ ଦେଇଥିଲେ। କାର୍ଯ୍ୟସ୍ଥଳରେ ସୂଚନାଫଳକ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର, ପ୍ରାଥମିକ ଚିକିତ୍ସା ଇତ୍ୟାଦି ରଖିବାକୁ ନିର୍ଦ୍ଧେଶ ଦେଇଥିଲେ। ଅପରପକ୍ଷରେ ଆବାସ ଯୋଜନାକୁ ତ୍ୱରାନ୍ୱିତ କରି ସେଥିରେଥିବା ୯୫ଦିନର କାର୍ଯ୍ୟ ମଧ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ସମାହିତ କରି ଶ୍ରମ ଦିବସ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ପଂଚାୟତ ପୋଖରୀ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପେ୍ଲକ୍ସ, ହାଟପିଣ୍ଡି, ଭି.ଏଲ୍‌.ଡବ୍ଲୁ କ୍ୱାଟର ଗୁଡ଼ିକୁ ଯଥାଶିଘ୍ର ଜନସାଧାରଣଙ୍କ ସେବାରେ କାର୍ଯ୍ୟକ୍ଷମ କରିବାକୁ ସେ ପରାମର୍ଶ ଦେଇଥିଲେ। ଯେଉଁମାନଙ୍କର ପ୍ରଦର୍ଶନ ଦୁର୍ବଳ ରହିବ ସେହି ଅଧିକାରୀ, କର୍ମଚାରୀମାନଙ୍କୁ କାରଣ ଦର୍ଶାଅ ସହ ସାମାଜିକ ଲଜ୍ୟା ଦିଆଯିବାର ବ୍ୟବସ୍ଥା ଓ ଭଲକାମ କରୁଥିବା ଅଧିକାରୀ, କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ସରକାର ବର୍ତମାନ ଲୋକମାନଙ୍କୁ ବିଭିନ୍ନ କାମ ଯୋଗାଇ ଆର୍ଥିକ ସୁଧାର ଆଣିବା ବ୍ୟବସ୍ଥା କରୁଥିବାରୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ଅଧିକ କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି ସେମାନଙ୍କର ସମସ୍ୟା ଜଣେଇ ତାହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବିଡିଓ ଶାସ୍ୱତ ଜେନା, ମନରେଗାର ସଂଯୋଜକ ଚିନ୍ମୟ କୁମାର ସିଂ, ସୋସିଆଲ ଅଡି଼ଟର ସତ୍ୟନାରାୟଣ ବେହେରା, ଗ୍ରାମ୍ୟ ଆବାସର ଡି.ପି.ସି. ସଲମା ବେଗମ ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ବିଭିନ୍ନ ପଂଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର.ଏସ୍‌, ବ୍ଲକ କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନରେ ଅଂଶ ଗ୍ରହଣ କରିଥିଲେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.