Home Coronavirus Outbreak ରାଜ୍ୟରେ ପୁଣି ୭୯ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ...

ରାଜ୍ୟରେ ପୁଣି ୭୯ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି

224

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୱେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି।

୭୯ ସଂକ୍ରମିତଙ୍କ ମଧ୍ୟରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାଯାଇଛି।

ତେବେ ଏହି ସଂକ୍ରମିତ ମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ ଏବଂ ସୋନପୁର ଜିଲ୍ଲାରୁ ଜଣେ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ମୋଟ ୧୫୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୬୧ଟି ସକର୍ୀୟ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୬୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟରେ ଏବେ କେବଳ ରାୟଗଡ଼ା ଜିଲ୍ଲାକୁ ଛାଡ଼ିଲେ ବାକି ୨୯ ଜିଲ୍ଲାରେ କରୋନା ପ୍ରବେଶ କରିସାରିଛି। ଆଜି ଶେଷରେ ସୋନପୁର ଜିଲ୍ଲାରେ କରୋନା ପ୍ରବେଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.