Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ

ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ

52

ଭୁବନେଶ୍ୱର ୧୦ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୮୧୮ କୁ ବୃଦ୍ଧି ପାଇଛି। ତେବେ

୧. ବାଲେଶ୍ୱର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ପୀଡିତ ଥିଲେ।

୨. ଭଦ୍ରକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩. ଭଦ୍ରକ୍ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ।

୪. ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ।

୫. ଭୁବନେଶ୍ୱରର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬. ଗଞ୍ଜାମ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୭. ଗଞ୍ଜାମ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮. କନ୍ଧମାଳ ଜିଲ୍ଲାର ୧୦ ମାସର ପୁତ୍ର ସନ୍ତାନ।

୯. ସମ୍ବଲପୁର ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ହେପାଟାଇଟିସ୍ ବି, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୦. ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।

୧୧. ସୁନ୍ଦରଗଡ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨. ସୁନ୍ଦରଗଡ ଜିଲ୍ଲାର ୬୭ ବର୍ଷ ବୟସ୍କା ମହିଳା।

୧୩. ସୁନ୍ଦରଗଡ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଏବଂ କ୍ରନିକ୍ ଲିଭର ରୋଗରେ ମଧ୍ୟ ପୀଡିତ ଥିଲେ।

୧୪. ସୁନ୍ଦରଗଡ ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ ଏବଂ ପାର୍କିନ୍ସନ୍ ରେ ମଧ୍ୟ ପୀଡିତ ଥିଲେ।

୧୫. ସୁନ୍ଦରଗଡ ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା।

୧୬. ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ।

୧୭. ସୁନ୍ଦରଗଡ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୮. ସୁନ୍ଦରଗଡ ଜିଲ୍ଲାର ୨୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୯. ସୁନ୍ଦରଗଡ ଜିଲ୍ଲାର ୨୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।

୨୦. ସୁନ୍ଦରଗଡ ଜିଲ୍ଲାର ୨୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୧. ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ ଏବଂ ରକ୍ତହୀନତା ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.