Home Top News ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

76

ଭୁବନେଶ୍ୱର, ୦୨ ଜାନୁଆରୀ (ଓଡ଼ିଆ ପୁଅ) ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଏ ନେଇ ଓଡିଶା ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

ତେବେ ରାଜ କୁମାର ଶର୍ମା, ଆଇଏଏସ୍ (ବ୍ୟାଚ୍‌-୧୯୮୭), କୃଷି ଉତ୍ପାଦନ କମିଶନର, ଓଡ଼ିଶା ସରକାର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଅଧ୍ୟକ୍ଷ, OSMCL ଙ୍କୁ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେ ନିଜ ଦାୟୀତ୍ତ୍ୱ ବ୍ୟତୀତ ଚେୟାରମ୍ୟାନ୍, OSMCL ର ଅତିରିକ୍ତ ଦାୟିତ୍ତ୍ୱ ତୁଲାଇବେ।

ସଞ୍ଜୀବ ଚୋପ୍ରା, ଆଇଏଏସ୍ (ବ୍ୟାଚ୍‌-୧୯୯୦), ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗ ଙ୍କୁ ଓଡିଶାର କୃଷି ଉତ୍ପାଦନ କମିଶନର ଭାବରେ ନିଯୁକ୍ତି ମିଳିଛି ସେ ଏହା ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ଏଣ୍ଡ ଏଫଇ ଡିପାର୍ଟମେଣ୍ଟର ଦାୟୀତ୍ତ୍ୱ ତୁଲାଇବେ।

ମଧୁସୁଦନ ପାଢ଼ୀ, ଆଇଏଏସ୍ (ବ୍ୟାଚ୍‌-୧୯୯୧), ବାଣିଜ୍ୟ ଏବଂ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଏବଂ କମିଶନର୍, ଲ୍ୟାଣ୍ଡ ରେକର୍ଡସ୍ ଆଣ୍ଡ୍ ସେଟେଲମେଣ୍ଟ (ଅତିରିକ୍ତ ଦାୟିତ୍ୱ) ଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସତ୍ୟବ୍ରତ ସାହୁ, ଆଇଏଏସ୍ (ବ୍ୟାଚ୍‌-୧୯୯୧), ସରକାରଙ୍କ ମୁଖ୍ୟ ଶାସନ ସଚିବ, ଏମ୍ଏସ୍ଏମ୍ଇ ବିଭାଗ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଅତିରିକ୍ତ ଦାୟିତ୍ତ୍ୱଙ୍କୁ ଓଡ଼ିଶା ସରକାରଙ୍କର ରାଜସ୍ୱ ବିଭାଗ (ରେଭିନ୍ୟୁ ଏଣ୍ଡ ଡି ଏମ୍‌ ବିଭାଗ)ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି।

ରଂଜନ ଚୋପ୍ରା, ଆଇଏଏସ୍ (ବ୍ୟାଚ୍‌-୧୯୯୪), ଏସଟି ଏବଂ ଏସସି ଡେଭଲପ୍‌ମେଣ୍ଡ, ଏମ ଆଣ୍ଡ ବିସିଡବ୍ଲ୍ୟୁ ବିଭାଗର ମୁଖ୍ୟ ଶାସନ ସଚିବ ଙ୍କୁ ତାଙ୍କର ନିଜ ଦାୟୀତ୍ତ୍ୱ ସହିତ ଏମଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ।

ହେମନ୍ତ ଶର୍ମା, ଆଇଏଏସ୍ (ବ୍ୟାଚ୍‌-୧୯୯୫), ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗ ତଥା ଏସ୍.ଡି ଏଣ୍ଡ ଟିଇ ବିଭାଗର ଅତିରିକ୍ତ ଦାୟିତ୍ତ୍ୱ ଏବଂ ଚେୟାରମ୍ୟାନ୍, IPICOL ଙ୍କୁ ନିଜ କର୍ତ୍ତବ୍ୟ ବ୍ୟତୀତ ଚେୟାରମ୍ୟାନ୍, IDCO ର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି।

ବିଷ୍ଣୁପଦ ସେଠୀ, ଆଇଏଏସ୍ (ବ୍ୟାଚ୍‌-୧୯୯୫), ସରକାରଙ୍କ ମୁଖ୍ୟ ଶାସନ ସଚିବ, ରେଭିନ୍ୟୁ ଏଣ୍ଡ ଡିଏମ୍‌ ଡିପାର୍ଟମେଣ୍ଟ ତଥା ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ମିଳିଛି ଏହା ସହ ସେ ବାଣିଜ୍ୟ ଏବଂ ପରିବହନ ବିଭାଗର ଏବଂ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମୁଖ୍ୟ ଶାସନ ସଚିବ ବାବରେ ଅତିରିକ୍ତ ଦାୟିତ୍ୱରେ ରହିବେ।

ସୁରେଶ କୁମାର ବଶିଷ୍ଠ, ଆଇଏଏସ୍ (ବ୍ୟାଚ୍‌-୧୯୯୮), କମିଶନର ଏବଂ ସଚିବ, ଏ ଏଣ୍ଡ ଏଫ୍ଇ ବିଭାଗଙ୍କୁ OSD GA & P.G. ଡିପାର୍ଟମେଣ୍ଟ ଭାବରେ ନିଯୁକ୍ତି ମିଳିଛି।

ଭାସ୍କର ଜ୍ୟୋତି ଶର୍ମା, ଆଇଏଏସ୍ (ବ୍ୟାଚ୍‌-୧୯୯୯) କମିଶନର-ତଥା-ସଚିବ, ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ତଥା ଭିନ୍ନକ୍ଷମ ବିଭାଗର ଦାୟୀତ୍ତ୍ୱ ସହ ମହିଳା ଓ ଶିଶୁ ବିଭାଗ ଅତିରିକ୍ତ ଦାୟିତ୍ତ୍ୱ ତୁଲାଇବେ।

ଭୁପେନ୍ଦ୍ର ସିଂ ପୁନିୟା, ଆଇଏଏସ୍ (ବ୍ୟାଚ୍‌-୨୦୦୮), MD, IPICOL, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଇଡି, IDCO ଏବଂ MD, ଓଡିଶା ଚଳଚ୍ଚିତ୍ର ବିକାଶ ନିଗମ MD ଙ୍କୁ IDCO ର MD ବାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.