Home Coronavirus Outbreak ରାଜ୍ୟରେ ଆଂଶିକ କୋହଳ ହେଲା କୋଭିଡ୍‌ କଟକଣା

ରାଜ୍ୟରେ ଆଂଶିକ କୋହଳ ହେଲା କୋଭିଡ୍‌ କଟକଣା

126

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ଆସନ୍ତା ୧୪ ଦିନ ପାଇଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଏହି ଆଂଶିକ ଲକ୍‌ଡାଉନ୍‌ ସମୟରେ ୧୭ଟି ଜିଲ୍ଲାରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ଅନ୍ୟ ୧୩ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ପ୍ରାୟ ୧୦ ପ୍ରତିଶତ ରହିଥିବାରୁ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।

ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଖୋଲା ରହିବ।
ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା।

ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଖୋଲା ରହିବ।
ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

– ସିନେମା ହଲ, ମଲ୍, ଜିମ୍, ସୁଇମିଂ ପୁଲ ବନ୍ଦ ରହିବ।
– ସ୍ପା, ସେଲୁନ୍, ବିୟୁଟି ପାର୍ଲର ବନ୍ଦ ରହିବ।
– ମନ୍ଦିରରେ ଠାକୁରଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ରହିବ କିନ୍ତୁ ମନ୍ଦିରର ସେବାକାର୍ଯ୍ୟ ଚାଲୁକହିବ।
– ହସ୍ପିଟାଲ, ନର୍ସିଂହୋମ୍, ଟେଲିମେଡିସିନ୍ ସେବା ଜାରି ରହିବ।
– ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ।
– ଗ୍ୟାରେଜ, ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ୍, ମିସ୍ତ୍ରୀ କାମ ଜାରିରହିବ।
– ବ୍ୟାଙ୍କ୍, ଏଟିଏମ ସେବା ଜାରି ରହିବ।
– ୫୦% କର୍ମଚାରୀରେ ସରକାରୀ ଏବଂ ଘରୋଇ ଅଫିସ କାର୍ଯ ଜାରି ରହିବ।

– ଜୁଲାଇ ୧ ଯାଏ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ।
– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ।

– ମାଲ ପରିବହନ କରୁଥିବା ଗାଡିଗୁଡିକ ଅବାଧରେ ଯିବା ଆସିବା କରିପାରିବ।
– ଅଗ୍ନିଶମ, ଓଡ୍ରାଫ୍ ଏବଂ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ ବୋଲି କୁହାଯାଇଛି।

– ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି।
– ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ।
– ପଶ୍ଚିମ ତଥା ଦକ୍ଷିଣ ଓଡିଶା ଜିଲ୍ଲାରେ ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
– ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ।
– ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.