Home କୋରାପୁଟ ଧାନର ଅଭାବୀ ବିକ୍ରୀ  ପ୍ରତିବାଦରେ  କୋରାପୁଟ ଜିଲ୍ଲା କଂଗ୍ରେସର ଦାବି ପତ୍ର ପ୍ରଦାନ

ଧାନର ଅଭାବୀ ବିକ୍ରୀ  ପ୍ରତିବାଦରେ  କୋରାପୁଟ ଜିଲ୍ଲା କଂଗ୍ରେସର ଦାବି ପତ୍ର ପ୍ରଦାନ

82

କୋରାପୁଟ ୧୬-୦୬(ଓଡିଆ ପୁଅ/ରଂଜନ ଦାସ)ଧାନର ଅଭାବୀ ବିକ୍ରୀ ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ  ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ରବିରେ ପଞିକୃତ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା , ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଟାଂଲ ପିଛା  ୨୩୯୦ ଟଙ୍କା ରଖିବା ,କ୍ୱିଂଟାଲ ପିଛା ୫୦୦ ଟଙ୍କା ବୋନସ ଦେବା  ଓ ଚାଷୀଙ୍କୁ ଦିଆଯାଉଥିବା ୧୨ ଦିନିଆ ଟୋକେନକୁ ଏକ ମାସ କରାଯିବା ପ୍ରମୁଖ ଦାବି ରହିଥିବା ଜଣାପଡିଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ଜିଲ୍ଲା କିଶାନ କଂଗ୍ରେସ କମିଟିର ସଭାପତି ଭବାନୀ ରଥ , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି , ଭବାନୀ ଶଙ୍କର ମିଶ୍ର , କୋରାପୁଟ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ବାଖ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.