Home ଓଡ଼ିଶା ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି : କେନ୍ଦ୍ରମନ୍ତ୍ରୀ...

ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୈାବେ

26

ଭୁବନେଶ୍ୱର ୦୭/୧୦ (ଓଡ଼ିଆ ପୁଅ) : ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି। ଅତୀତରେ ବର୍ଷ ବର୍ଷ ଧରି ବିଳମ୍ବ ନିଷ୍ପତି ହେଉଥିବାବେଳେ ବର୍ତମାନ ମୋଦି ସରକାର ପ୍ରତି ମାସରେ ପରିବେଶ ସଂକ୍ରାନ୍ତୀୟ ସମସ୍ତ ସମୀକ୍ଷା କରି ତୁରନ୍ତ ନିଷ୍ପତି ନେଉଛନ୍ତି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯାହା ପ୍ରସ୍ତାବ ଯିବ, ତାକୁ କେନ୍ଦ୍ର ସରକାର ଅବିଳମ୍ବେ ସହଯୋଗ କରିବାକୁ ପ୍ରସ୍ତୁତ। ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବକା ପ୍ରୟାସ’ ଆଧାରରେ ମୋଦି ସରକାର ଏକ ନୁତନ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି। ଓଡିଶା ସରକାର ଅଯଥାରେ ଅଭିଯୋଗ ନଆଣି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ବିକାଶ କାର୍ଯ୍ୟକୁ ଆଗେଇ ନିଅନ୍ତୁ ଏବଂ କେନ୍ଦ୍ରୀୟ ଯୋଜନାକୁ ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚାନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୈାବେ କହିଛନ୍ତି।

ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି। ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି। ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି। ବର୍ତମାନ ସୁଦ୍ଧା ୭୫୦ ଟନ୍ ଆବର୍ଜନାକୁ ଜୈବିକ ପଦ୍ଧତିରେ ନଷ୍ଟ କରାଯାଇଛି। ଏହା ଦ୍ୱାରା ବେଳାଭୁମିର ଉନ୍ନତି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଆଗାମୀ ୫ ବର୍ଷରେ ଦେଶର ୧୦୦ଟି ପ୍ରମୁଖ ସମୁଦ୍ରବେଳାକୁ ସ୍ୱଚ୍ଛ, ନିର୍ମଳ ଓ ସୈାନ୍ଦର୍ଯୀକରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଚୈାବେ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଅନୀତା ଶୁଭଦର୍ଶୀନି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.