Home ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ୨୦ ଦିନ ବ୍ୟାପୀ ‘ସେବା...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ ସମାପନ

42

ଭୁବନେଶ୍ୱର, ୦୭/୧୦ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୭ ତାରିଖରୁ ଆଜି ଆକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ କାର୍ଯ୍ୟକ୍ରମ ଦେଶବ୍ୟାପୀ ପାଳନ କରାଯାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶମାତୃକା ସେବାରେ ଆଜି ୨୦ ବର୍ଷ ପୂରଣ କରିଛନ୍ତି। ତେଣୁ ଦୀର୍ଘ ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ନଦୀ ଓ ପୋଖôରୀ ସ୍ୱଚ୍ଛତା ଅଭିଯାନ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ, ମହାପରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ, ଡାକ୍ତରଖାନା-ବାଲ୍ୟାଶ୍ରମ-ଅନାଥାଶ୍ରମ-ବୃଦ୍ଧାଶ୍ରମରେ ଫଳ ଓ ବସ୍ତ୍ର ବିତରଣ, ଭୋକାଲ ଫର୍ ଲୋକାଲ ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ, ଇ-ସେମିନାର, ଭର୍ଚୁଆଲ ପ୍ରଦର୍ଶନୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ଦୀପ ପ୍ରଜ୍ୱଳନ, କୃଷକ ଓ ଯବାନ ସମ୍ମାନ ଆଦି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀମାନେ ପୋଷ୍ଟ କାର୍ଡ ଜରିଆରେ ପତ୍ର ଲେଖି ମୋଦିଜୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୈାବେ। ଏହି ଅବସରରେ ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ମୋଦିଜୀଙ୍କ ସମ୍ବନ୍ଧରେ ଲେଖିଥିବା ସ୍ତମ୍ବକାରଙ୍କୁ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ସ୍ତମ୍ବକାର ଡା.ସ୍ମରପ୍ରିୟା ମିଶ୍ର, ଅମରେଶ ବିଶ୍ୱାଳ, ଡା.ପ୍ରଶାନ୍ତ କୁମାର ମହାନ୍ତି, ଗୈାରହରି ପଣ୍ଡା, ନବଜ୍ୟୋତି ରାୟ, ବିପିନ ବିହାରୀ ମହାନ୍ତି, ଡା.ଅମୁଲ୍ୟରତ୍ନ ମହାନ୍ତି, ଡା.ହରପ୍ରସାଦ ଦାସ ଏବଂ ଡା.ସମନ୍ୱୟ ନନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୈାବେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଆଜି ରାଜ୍ୟ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ବୁଥ୍ ପର୍ଯ୍ୟନ୍ତ; ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ବୁଥ୍ କାର୍ଯ୍ୟକର୍ତାମାନେ ଭିନ୍ନ ଭିନ୍ନ ବୁଥ୍‌ରେ ଉପସ୍ଥିତ ରହି ପୋଷ୍ଟ କାର୍ଡ ଅଭିଯାନରେ ସାମିଲ ହୋଇଛନ୍ତି। ଏଥି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଅଭିଯାନ, ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୈାବେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଯାତ୍ରା ଉପରେ ଆଧାରିତ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଭୂୟସୀ ପ୍ରଶଂସା କରିଥିଲେ।

ସମାପନ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତ୍ରୀ ସୁରମା ପାଢୀ, ବରିଷ୍ଠ ନେତା ସଜ୍ଜନ ଶର୍ମା, ପ୍ର.ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନାନନ୍ଦ ତ୍ରିପାଠୀ, ସୁଦର୍ଶନ ନାୟକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.