Home କେନ୍ଦ୍ରାପଡ଼ା ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ ପାଇଁ ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ ପାଇଁ ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

15

କେନ୍ଦ୍ରାପଡା, ୧୩ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲାରେ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟ ସରକାର ପ୍ରଦାନ କରିଥିବା ରାଜସ୍ୱ ଲକ୍ଷ୍ୟକୁ ପୁରଣ କରିବା ପାଇଁ ଏକ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଯୋଗଦେଇ ଚଳିତ ୨୦୨୦-୨୧ ବର୍ଷର ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ। ଜିଲ୍ଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.