Home ଓଡ଼ିଶା ରାଜସ୍ଥାନ ରାଜନୀତି – ସଚିନ୍ ପାଇଲଟ୍ ଏବଂ ତାଙ୍କର ସମର୍ଥୀତ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ...

ରାଜସ୍ଥାନ ରାଜନୀତି – ସଚିନ୍ ପାଇଲଟ୍ ଏବଂ ତାଙ୍କର ସମର୍ଥୀତ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ମାଗିଲେ ସମୟ

216

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ରାଜସ୍ଥାନରେ ଅଶୋକ ଗେହଲୋତ ସରକାରଙ୍କ ନେତୃତ୍ତ୍ୱରେ ଚାଲିଥିବା ସରକାରଙ୍କର ରାଜନୈତିକ ସଙ୍କଟ ଉପରେ ଏକ ବଡ ନୂଆ ଖବର ଆସିଛି।

ରାଜସ୍ଥାନର ପୂର୍ବତନ ପିସିସି ମୁଖ୍ୟ ସଚିନ ପାଇଲଟ ଏହି ରାଜନୈତିକ ଅସ୍ଥିରତା ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି।

ଏହି କାରଣରୁ କଂଗ୍ରେସ ମହଲରେ ପୁଣି ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି।

ପ୍ରକାଶିତ ଜାତୀୟ ଗଣମାଧ୍ୟମ ଖବର ସୂତ୍ରରୁ ଜଣାପଡ଼ିଛିଯେ, ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ବୈଠକ ସମ୍ପର୍କରେ କୌଣସି ନିଶ୍ଚିତ ତାରିଖ ଓ ସମୟ ଦେଇ ନାହାଁନ୍ତି।

କିନ୍ତୁ ସଚିନ ପାଇଲଟ ଏବଂ ଅନ୍ୟ ବିଧାୟକମାନେ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଲଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଆଶା କରାଯାଉଛି ଯେ, ସଚିନ ପାଇଲଟ ହୁଏତ ଅଗଷ୍ଟ ୧୪ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.