Home Coronavirus Outbreak ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲିଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି…

ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲିଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି…

90

ବାଲିଗୁଡ଼ା, ୧୦/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପିନ୍ଧିଛି ପିପିଇ କିଟ୍। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବସଷ୍ଟାଣ୍ଡରେ।ବସଷ୍ଟାଣ୍ଡରେ ଏହି ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ବୁଲୁଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ। କରୋନା ଚିକିତ୍ସା ପରେ ବେଳେ ପିପିଇ କିଟ୍ ଏଣେ ତେଣେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ କୌଣସି ସ୍ଥାନରୁ ବ୍ୟବହୃତ ପିପିଇ କିଟ୍ ପାଇ ପିନ୍ଧି ପକାଇଥିବା ସନ୍ଦେହ କରାଯାଉଛି। ତେବେ ସ୍ଥାନୀୟ ଲୋକେ କୌଶଳକ୍ରମେ ଏହି ବ୍ୟକ୍ତିଠାରୁ ପିପିଇ କିଟ୍ କୁ ବାହାର କରି ପୋଡ଼ି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.