Home ଓଡ଼ିଶା ରାଜନୈତିକ ହିଂସା: ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂଙ୍କ ୨ ଭାଇଙ୍କୁ ଭୁଜାଲି ମାଡ଼- ଲହୁଲୁହାଣ...

ରାଜନୈତିକ ହିଂସା: ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂଙ୍କ ୨ ଭାଇଙ୍କୁ ଭୁଜାଲି ମାଡ଼- ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

1479

ସୁନ୍ଦରଗଡ଼ ୧୮-୪ (ଓଡ଼ିଆ ପୁଅ) : ଭଷ୍ମା ଥାନା ରାଏବଗା ଗାଁରେ ନିର୍ବାଚନୀ ହିଂସା ଘଟିଛି। ଖବର ଅନୁଯାୟୀ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇଙ୍କ ସମେତ ୫ ଜଣଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ସମ୍ପୃକ୍ତି ଅଭିଯୋଗ ହେଉଛି। ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସର୍ଗିପାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଂରକ୍ଷିତ ଆସନର ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇ ରାତି ପ୍ରାୟ ୧ଟା ୪୫ ମିନିଟରେ ସର୍ଗିପାଲିର ଏକ ଗ୍ରାମକୁ ଯାଇଥିଲେ। ଯୋଗେଶ ସିଂହଙ୍କ ୨ ଭାଇ ନରେଶ ପ୍ରତାପ ସିଂହ , ରିତେଶ ସିଂହ ଏବଂ ତାଙ୍କ ସହଯୋଗୀ ସୁମନ୍ତ ପଟେଲଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ପ୍ରାଥମିକ ଖବରରୁ ଡଣାପଡ଼ିଛିଯେ, ରାତିରେ ପାଞ୍ଚ ଛଅ ଜଣ ଲୋକ ସେଠାରେ ପହଞ୍ଚି ଥିଲେ ଏବଂ ବିଜେଡି ଲାଗି ପଇସା ବାଣ୍ଟୁଛ ବୋଲି କହି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆହତ ଦୁଇ ଭାଇଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପର ପକ୍ଷରେ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ କହିଛନ୍ତିଯେ ବିଜେପିର ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏବଂ ତାଙ୍କ ପତି ଅଜୟ ପଟେଲଙ୍କର ଏଥିରେ ହାତ ରହିଛି। ହେଲେ ବିଜେପିର ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏହାକୁ ଖଣ୍ଡନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.