Home Top News ରାଜନୈତିକ ହିଂସାରେ ବଳିପଡିଲେ ଇଂଜିନିୟରିଂ ଛାତ୍ର, ମୃତ ଦେହକୁ ରାସ୍ତାରେ ରଖି ଟାୟାର ଜାଳି ରାସ୍ତାରୋକ...

ରାଜନୈତିକ ହିଂସାରେ ବଳିପଡିଲେ ଇଂଜିନିୟରିଂ ଛାତ୍ର, ମୃତ ଦେହକୁ ରାସ୍ତାରେ ରଖି ଟାୟାର ଜାଳି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

42

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ବ୍ରହ୍ମପୁର ଗ୍ରାମରେ। ଅଭିଯୋଗ ଅନୁଯାୟୀ ବିଜେଡି କର୍ମୀ ତଥା ବ୍ରହ୍ମପୁର ପଂଚାୟତର ପୁଅ ସେନାପତି ଓ ଲିଟୁ ସେନାପତି ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ପଲାଇ ମିଳିତ ଭାବେ ବ୍ରହ୍ମପୁର ବିଦ୍ୟାଳୟ ପଡିଆକୁ ଜବରଦଖଲ କରିବା ସହ କ୍ଲବ୍ ଘରକୁ ମଧ୍ୟ ନିଜ ଅକ୍ତିଆରକୁ ନେବାକୁ ବିରୋଧ କରୁଥିଲେ ମୃତକ ସୁବାଶିଷ। ଆଜି ସକାଳୁ ଉକ୍ତ ମାମଲାକୁ ନେଇ ଉଭୟ ସୁବାଶିଷ ଓ ପୁଅ ସେନାପତିଙ୍କର ବଚସା ଓ ମାଡ ହୋଇଥିବାବେଳେ ପୁଅ ସେନାପତି ସୁବାଶିଷଙ୍କୁ ଟିୱେଲ୍ ହେଣ୍ଡେଲରେ ମାଡମାରି ପୋଖରୀକୁ ଠେଲି ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟଙ୍କ ସହ ପ୍ରତ୍ୟକ୍ଷଦର୍ଶୀ। ଭଦ୍ରକ ବ୍ଲକ୍ ଅଧୀନସ୍ଥ ବ୍ରହ୍ମପୁର ପଂଚାୟତରେ ଇଚ୍ଛାପୁର ଠାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏଠାରେ ବିଜେଡିର କିଛି ଟୋକା ବିଜେପି କର୍ମୀଙ୍କୁ ମାଡ ମାରି ପୋଖରୀରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପରିବାର ବର୍ଗ।

ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ôଚ ପୋଖରୀରେ ମୃତଦେହ ଉଦ୍ଧାର କରିଛନ୍ତି। ଅନ୍ୟପଟେ ସାବରଙ୍ଗ ଥାନା ଅଧିକାରୀ ସମେତ ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ତଦନ୍ତ କରୁଛି। ଏହି ମୃତ ଦେହ ପୋଖରୀରୁ ଉଦ୍ଧାର ହେଲା ପରେ ସ୍ଥାନୀୟ ଗ୍ରାମବାସୀମାନେ ଇଚ୍ଛାପୁର ଠାରେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ରାସ୍ତା ଅବରୋଧ ହେବା ଫଳରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ପୁଲିସ୍ ମୁତୟନ। ଯେପର୍ଯ୍ୟନ୍ତ ଦୋଷୀମାନଙ୍କୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ କରାଯିବ ବୋଲି ବିଜେପିର ଜିଲା ସଭାପତି କହିଛନ୍ତି। ଏହି ମୃତ ଦେହକୁ ପୋଖରୀରୁ ଉଦ୍ଧାର ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକମାନେ ମିଶି ସ୍ଥାନୀୟ ଇଚ୍ଛାପୁର ଠାରେ ଭଦ୍ରକ-ଚାନ୍ଦବାଲିର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି। ଏହି ରାସ୍ତା ଅବରୋଧ ଫଳରେ ଦୁଇ ପାଶ୍ୱର୍ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇ ଛିଡା ହୋଇରହିଛି। ଫଳରେ ଲୋକମାନେ ଯାତାୟତରେ ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଳରେ ସାବରଙ୍ଗ ଥାନା ଅଧିକାରୀ ସମେତ ଗ୍ରାମାଞ୍ଚଳ ପୁଲିସ୍ ଓ ସ୍ଥାନୀୟ ଏସ୍‌ଡିପିଓ ପହଞ୍ôଚ ଘଟଣା ଉପରେ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.