Home ଜିଲ୍ଲା ପରିକ୍ରମା ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

40

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରର ଯୁବ ବ୍ୟବସାୟୀ ପ୍ରତାପ ସାମଲଙ୍କର ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ବର୍ଷ ବୟସ ହୋଇଥିଲା। ଦୁରାରୋଗ୍ୟ କର୍କଟରେ ପୀଡିତ ହୋଇ ଦୀର୍ଘଦିନ ହେବ ସେ ଚିକିତ୍ସିତ ହେଉଥିଲେ। ମାତ୍ର ରବିବାର ସକାଳେ ତୁଳସୀପୁର ଗ୍ରାମ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡଭାଇ ଦିଲ୍ଲିପ, ଭାଉଜ, ପତ୍ନୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ବୈତରଣୀ ନଦୀ କୂଳ ଦଶ୍ୱାଶମେଧ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପିତା ଗୋକୁଳାନନ୍ଦଙ୍କ ମୃତ୍ୟୁର ମାତ୍ର ଦୁଇବର୍ଷ ମଧ୍ୟରେ କନିଷ୍ଠ ପୁତ୍ରର ମୃତ୍ୟୁ ସଂପୃକ୍ତ ପରିବାର ପାଇଁ ମାତ୍ରାଧିକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ସ୍ୱର୍ଗତ ପ୍ରତାପ ଭଣ୍ଡାରିପୋଖରୀ ବଜାରରେ ହୋଟେଲ ବ୍ୟବସାୟ ଚଳାଉଥିଲେ। ତାଙ୍କ ବିୟୋଗରେ ବ୍ୟାପକ ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.