Home ଓଡ଼ିଶା ରାଜନୀତିରେ ତେଜପତ୍ର ଏବଂ ଧନିଆ ପତ୍ର

ରାଜନୀତିରେ ତେଜପତ୍ର ଏବଂ ଧନିଆ ପତ୍ର

559

ଭୁବନେଶ୍ୱର: ରାଜନୀତିରେ କାର୍ଯ୍ୟକର୍ତ୍ତାଙ୍କୁ ତେଜପତ୍ର ଏବଂ ଧନିଆ ପତ୍ର ସହିତ ତୁଳନା କରି ତେଜପତ୍ର ରୂପି କାର୍ଯ୍ୟକର୍ତ୍ତା ଏବଂ ଧନିଆ ପତ୍ର ରୂପି କାର୍ଯ୍ୟକର୍ତ୍ତାଙ୍କ ରାଜନୀତିରେ ଭୂମିକା କ’ଣ ତାହା ବୁଝାଇଛନ୍ତି ଜଣେ ଫେସବୁକ ୟୁଜର।ରାଜେଶ ପଟ୍ଟନାୟକ ନାମକ ଜଣେ ଫେସବୁକ ୟୁଜର ଲେଖିଛନ୍ତି,

ରାଜନିତୀର “ତେଜପତ୍ର” ଓ “ଧନିଆ ପତ୍ର”

ନିଷ୍ଠାପର କାର୍ଯ୍ୟକର୍ତ୍ତା ମାନେ କ’ଣ ?
ଉତ୍ତର:- ତେଜପତ୍ର
କୌଣସି ତରକାରୀ ରାନ୍ଧିବା ବେଳେ ପ୍ରଥମେ ତାକୁ ପକାଯାଏ।ମସଲା ସହିତ ତେଲରେ ଭଜା ଯାଏ।ତା’ପରେ ତରକାରୀ ଖାଇଲାବେଳେ ପ୍ରଥମେ ତାକୁ ବାହାରକରି ଫୋପାଡ଼ି ଦିଆଯାଏ!!

ଖୋସାମତିଆ କାର୍ଯ୍ୟକର୍ତ୍ତା ମାନେ କ’ଣ?
ଉତ୍ତର:- ଧନିଆ ପତ୍ର
କୌଣସି ତରକାରୀ ତିଆରି ସମୟରେ ସବୁଠାରୁ ପଛରେ ପରଷିବା ବେଳେ ପକାଯାଏ।ଏବଂ
ତରକାରୀର ସ୍ବାଦର ପୁରା ଶ୍ରେୟ ତାକୁ ହିଁ ଦିଆଯାଏ !!

ରାଜେଶ ପଟ୍ଟନାୟକଙ୍କ ଏହି ପୋଷ୍ଟ ଉପରେ କମେଣ୍ଡ ଦେଇ କସ୍ତୁରୀ ମିଶ୍ର ନାମକ ଜଣେ ଫେସବୁକ ୟୁଜର ପ୍ରଶ୍ନ କରିଛନ୍ତି, ଉପରୋକ୍ତ ଦୁଇଟି ପତ୍ର ପରି ଭୃଶୁଙ୍ଗା ପତ୍ରର ରାଜନୀତିରେ କିପରି ଭୂମିକା ଥାଏ?ଏହାର ଉତ୍ତରରେ ରଶ୍ମିମୟୀ ପଟ୍ଟନାୟକ ନାମକ ଜଣେ ୟୁଜର ଲେଖିଛନ୍ତି “ଭୃଶୁଙ୍ଗା ପତ୍ର କିଛି ପ୍ରକାର ବ୍ୟଞ୍ଜନରେ କେବଳ ତାର ପ୍ରଭାବ ଦେଖାଏ।ଯେପରି କି ଖଟା, କାଞ୍ଜି, ଚାରୁ”।ଅର୍ଥାତ ଭୃଶୁଙ୍ଗା ପତ୍ର ବୋଧେ ରାଜନୀତିରେ ନିୟମିତ କାର୍ଯ୍ୟକର୍ତ୍ତା ନୁହେଁ, ବୋଲି ସେ ଉଲ୍ଲେଖ କରିବାକୁ ଚାହିଁଛନ୍ତି।ଏମାନେ ସବୁ ବିଜେପି ସମର୍ଥକ କିମ୍ବା କେହି ବିଜେପିର ଦାୟିତ୍ୱରେ ମଧ୍ୟ ଅଛନ୍ତି।ତେଣୁ ଓଡ଼ିଶା ବିଜେପିରେ ଚାଲିଥିବା ନୂଆ-ପୂରୁଣା ବିବାଦ ଏବଂ ଖୋସାମତି, ଚାଟୁକାରୀ ରାଜନୀତି ପ୍ରସଙ୍ଗକୁ ନେଇ ଏପରି କଟାକ୍ଷ ଲେଖା ବିଜେପି ଉଦ୍ଦେଶ୍ୟରେ ଲେଖାଯାଇଥିବା ଜଣାପଡ଼ୁଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.