Home ଓଡ଼ିଶା ବିଭିନ୍ନ ଦାବି ନେଇ ରୁଙ୍ଗଟା ଖଣିରେ ଶ୍ରମିକ ଆନ୍ଦୋଳନ ପୁଣି ତେଜିଲା

ବିଭିନ୍ନ ଦାବି ନେଇ ରୁଙ୍ଗଟା ଖଣିରେ ଶ୍ରମିକ ଆନ୍ଦୋଳନ ପୁଣି ତେଜିଲା

137

ାା ଯୋଡା, ୦୭/୧୧ ।ା (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିରେ ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ଆନ୍ଦୋଳନ ତେଜିଲା । ଗୁରୁବାର ଦିନ ପୁଲିସ ଆନ୍ଦୋଳନରତ କିଛି ଶ୍ରମିକଙ୍କ ଉଠେଇ ନେଇଥିବା ଜଣାପଡିଛି । ଫଳରେ ଉତ୍ତେଜନା ଦେଖାଦେଇଛି । ଦିନ ତମାମ ଶ୍ରମିକମାନେ ଆନ୍ଦୋଳନରେ ବସିଥିବା ବେଳେ ସନ୍ଧ୍ୟାରେ ସେମାନଙ୍କୁ ଏହି ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ, ୩୮ ମାସର ସମ୍ପୂର୍ଣ୍ଣ ବର୍ଦ୍ଧିତ ହାରରେ ଦରମା ଦାବି ସହିତ ଠିକା ଶ୍ରମିକମାନଙ୍କୁ ଛୁଟି ପଇସା ପ୍ରଦାନ, ସ୍ଥାନୀୟ ବାସିନ୍ଦାଙ୍କୁ ୯୦ ପ୍ରତିଶତ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସ୍ଥାନୀୟ ପୁଲିସକୁ ହାତ ବାରିଶି କରି ଶ୍ରମିକମାନଙ୍କୁ ମିଛ ମାମଲାରେ ଗିରଫର ପ୍ରତିବାଦ, ଉଚ୍ଚତମ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁସାରେ ସମାନ କାମକୁ ସମାନ ବେତନ ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ପିଏଫ୍ ଏବଂ ଇଏସ୍ଆଇ ଅନ୍ତର୍ଭୁକ୍ତ କରିବା ନେଇ ଗତ ୨୬.୦୫.୨୦୧୯ରିଖ ରୁଙ୍ଗଟା ଖଣି ଶ୍ରମିକମାନେ ଆନେ୍ଦାଳନରେ ବସିଥିଲେ । ୨ଦିନ ପରେ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ର ମିଳିତ ଉଦ୍ୟମ ଏବଂ ସମସ୍ତ ଦାବି ର ପ୍ରତିଶ୍ରୁତି ସମ୍ମତି ପ୍ରଦାନ ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ଆଜିକୁ ୪ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ରୁଙ୍ଗଟା କମ୍ପାନୀ ମାତ୍ର ୧୧ ମାସର ବର୍ଦ୍ଧିତ ଦରମା ପ୍ରଦାନ କରି ଅନ୍ୟାନ୍ୟ ଦାବି ଗୁଡିକୁ ଅଣଦେଖା କରିଆସିଛି । ପୂର୍ବରୁ ପ୍ରତି ଶ୍ରମିକ ମାସିକ ୧୮୫୦ ଟଙ୍କା ପାଇଆସୁଥିବା ବେଳେ ବର୍ଦ୍ଧିତ ହାରରେ ୨୯୫୦ ଟଙ୍କା ହିସାବରେ ୩୮ ମାସର ବକେୟା ଦେବାକୁ ଥିଲା ବେଳେ କମ୍ପାନୀ ମାତ୍ର ୧୧ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିଥିବା ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, ଗିରିଶ ମହାନ୍ତ ପ୍ରମୁଖ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଶ୍ରମିକ ସଂଗଠନଟିକୁ ଜିଲ୍ଲା ସଭାପତି ଉମାକାନ୍ତ ଦାସ ଏବଂ ସମ୍ପାଦକ ବିବେକାନନ୍ଦ ମହାନ୍ତ ପରିଚାଳନା କରୁଥିବା ଜଣାପଡିଛି । କମ୍ପାନୀର ଏହି ଶ୍ରମିକ ମାରଣା ନୀତିକୁ ସଂଗଠନ ତୀବ୍ର ବିରୋଧ କରିବା ସହିତ ସମସ୍ତ ଦାବି ଗୁଡିକ କମ୍ପାନୀ ମାନିନନେଲେ ଏହି ଆନେ୍ଦାଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି । ଗିରଫ ଶ୍ରମିକମାନଙ୍କୁ ତୁରନ୍ତ ଖଲାସ କରିବାକୁ ସଂଗଠନ ଦାବି କରିଛି । ତେବେ କମ୍ପାନୀର ଜଣେ ଅଧିକାରୀ ମଧୁସୁଦନ ପାଢୀ ସୂଚନା ଦେଇଛନ୍ତି ଯେ, ଶ୍ରମିକମାନେ ୩୨ ପ୍ରତିଶତ ବୋନସ ମାଗୁଥିବା ବେଳେ କମ୍ପାନୀ ନିଜର ଅକ୍ଷମତା ପ୍ରକାଶ କରି ୨୪ ପ୍ରତିଶତ ବୋନସ ପ୍ରଦାନ କରିସାରିଛି ଏବଂ ଏହି ନିଷ୍ପତିକୁ ସମସ୍ତ ଶ୍ରମିକ ମାନିନେଇଥିବା ବେଳେ କିଛି ନ୍ୟସ୍ଥ ସ୍ୱାର୍ଥ ଗୋଷ୍ଠୀ ଶ୍ରମିକମାନଙ୍କୁ ଭୁଲ ବାଟରେ ପରିଚାଳିତ କରୁଥିବାରୁ ଏହି ପରିସ୍ଥିତି ଉପଜିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଗିରଫ ଶ୍ରମିକମାନଙ୍କର ପରିଚୟ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.