Home ଓଡ଼ିଶା ରାଇସମିଲ ମାଲିକ ସଂଘ ସଭାପତି ତଥା ବିଜେଡି ନେତାଙ୍କ ହୃଦଘାତରେ ମତ୍ୟୁ

ରାଇସମିଲ ମାଲିକ ସଂଘ ସଭାପତି ତଥା ବିଜେଡି ନେତାଙ୍କ ହୃଦଘାତରେ ମତ୍ୟୁ

63

ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରାଇସ ନିଲ ମାଲିକ ସଂଘର ସଭାପତି ତଥା ବିଜେଡି ଦଲର ଜମେ ବରିଷ୍ଠ ନେତା ଦୁର୍ଗା ଚରଣ ପଡିଆରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ସେ ଗତ କିଛି ଦିନହେଲା ଭୁବନେଶ୍ୱର ସ୍ଥ ସମ ହସପିଟାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଦିନ ତାଙ୍କର ହସପିଟାଲରେ ମୃତ୍ୟୁ ହୋଇଯାଇଛି । ଏହି ଦୁଃଖଦ ଖବର ମାଲକାନଗରି ଜିଲ୍ଲାରେ ପହଁଚିବା ପରେ ଜିଲ୍ଲା ମିଲ ମାଲିକ ସଂଘ,ବିଜେଡି ଦଳ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ପଡିଆରୀ ଜଣେ ପରଉପକାରି ଧର୍ମପରାୟାଣ ବ୍ୟକ୍ତି ଥିଲେ,ସେ ।ଜକୁ ୧୦ବର୍ଷ ଧରି ଜିଲ୍ଲା ମିଲ ମାଲିକ ସଂଘର ସବାପତି ଭାବେ କାର୍ଯ୍ୟ ତୁଲାଉଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ । ଗତ କାଲି ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ୱର୍ଗତ ପଡିଆରୀ ଙ୍କ ଶେଷକୃତ ସମ୍ପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.