Home ଓଡ଼ିଶା ରାଇପଡା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ନିଲମ୍ବନ ଓ ଗିରଫ ଦାବିରେ ରାସ୍ତା ରୋକ

ରାଇପଡା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ନିଲମ୍ବନ ଓ ଗିରଫ ଦାବିରେ ରାସ୍ତା ରୋକ

57


ନୟାଗଡ/୨୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଇପଡା ଗ୍ରାମରେ ଦୀର୍ଘ ୮ମାସ ତଳେ ଏକ କାଜୁ ବଗିଚା କୁ ନେଇ ଘଟିଥିବା ଟ୍ରିପଲ୍ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଇପଡା ସରପଞ୍ଚ ବ୍ରହ୍ମଚାରୀ ମାଝି ଙ୍କୁ ନିଲମ୍ବନ ଓ ଗିରଫ ଦାବି ନେଇ ଚାନ୍ଦପୁର ଭାଜପା ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ରଣପୁର ଚାନ୍ଦପୁର ରାସ୍ତାର ରାଇପଡା ଛକରେ ରାସ୍ତା ରୋକ ଚାଲିଥିବା ଜଣାପଡିଛି । ଡିସେମ୍ବର ୨୨ ତାରିଖ ସକାଳ ୧୦ ଘଟିକା ସମୟରୁ ରାସ୍ତା ରୋକ ଚାଲିଥିବା ଜଣାପଡିଛି । ଭାଜପା ର ପୁର୍ବତନ ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ , ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକ, ଭାଜପା ଜିଲ୍ଲା ଉପ ସଭାପତି ପରେଶ ମିଶ୍ର, ଚମ୍ପାପେଡି ସରପଞ୍ଚ ନିର୍ମଳ କୁମାର ମତଗଜସିଂ ଏହି ରାସ୍ତା ରୋକ କୁ ସମର୍ଥନ ଜଣାଇ ମତ୍ତ ରଖିଥିବା ଜଣାପଡିଛି । ରାଇପଡା ଗ୍ରାମର ଶତାଧିକ ଆଦିବାସି ମହିଳା ଓ ପୁରୁଷ ଏହି ଧାରଣା ରେ ସାମିଲ୍ ହୋଇଥିଲେ ।

ଏହି କାଜୁ ବଗିଚା ଗଣ୍ଡଗୋଳ ରେ ମୃତକ ମାନଙ୍କ ପରିବାର ଙ୍କୁ ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ସହାୟତା ୧୦ ଲକ୍ଷ ଟଙ୍କା , ଆବାସ ଯୋଜନା ରାସନ୍ କାର୍ଡ ଓ ମୃତକ ଙ୍କ ବିଧବା ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଭତା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ପୋଲିସ ପ୍ରଶାସନ ତରଫରୁ ଶରଣକୁଳ ଏସ ଡି ପି ଓ ଏସ ଟପୋ , ଓଡଗାଁ ଥାନା ମହିଳା ଇନିସ୍ପେକ୍ଟର ପ୍ରଜ୍ଞା,ଚାନ୍ଦପୁର ମହିଳା ସବ ଇନିସ୍ପେକ୍ଟର ଏସ ଏସ ହାରୋ , ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ , ରଣପୁର ଅତିରିକ୍ତ ବିଡିଓ ରତନ ଲାଲ ଲୋହରା ,ରଣପୁର ବ୍ଲକ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ରାସ୍ତା ରୋକ ସ୍ଥଳରେ ପହଂଚି ବୁଝାସୁଝା ଯାରି ରଖିଥିବା ଜଣାପଡିଛି । ଖବର ଲେଖାହେଲା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିଥିଲା । ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ଜିଲ୍ଲାପାଳ ଙ୍କ ସହ ସମସ୍ୟା ର ସମାଧାନ ପାଇଁ ଯୋଗାଯୋଗ ଜାରି ରଖିଥିବା ଜଣାପଡିଛି । ସେହିଭଳି  ଭାବରେ ରଣପୁର ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ତରଫରୁ ସମ ଦାବୀ ନେଇ ଧାରଣା ହୋଇଥିବା ଜଣାପଡିଛି । ରାସ୍ତା ରୋକ ଯୋଗୁଁ ଯାତାୟତ କରୁଥିବା ଲୋକମାନେ ଅନେକ ଅସୁବିଧା ଭୋଗ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.