Home କେନ୍ଦୁଝର ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ

ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ

28

ହାଟଡ଼ିହି, ୨୨ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବେରୁଣପଦି ଗ୍ରାମରେ ଆଶା କର୍ମୀ ଚୟନରେ ଅନିୟମିତତା ହୋଇଥିବା ନେଇ ଗ୍ରାମର ସୁକାନ୍ତୀ ଲତା ସେଠୀ ଅଭିଯୋଗ କରିଛନ୍ତି । ଏନେଇ ସେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଗ୍ରାମର ଆଶା ପଦବୀ ଖାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପ୍ରାର୍ôଥ ଚୟନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବାରୁ ୭ଜଣ ପ୍ରାର୍ôଥ ଆବେଦନ କରିଥିଲେ । ପ୍ରାରମ୍ଭରେ ସମସ୍ତଙ୍କ ଆବେଦନପତ୍ର ଦେଖାଯିବାସହ ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କର ସର୍ବାଧିକ ୭୧.୮୧ମାର୍କ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମାର୍କକୁ କଟାଯାଇ ୫୭.୫ କରିଦିଆଗଲା । ଯାହା ଫଳରେ ସେ ଏହି ପ୍ରାର୍ôଥ ଚୟନରୁ ବାଦ ପଡିଛନ୍ତି । ତେଣୁ ଏହାକୁ ପୁନର୍ବାର ମୁଲ୍ୟାୟନ କରାଯାଇ ଅଧିକ ମାର୍କ ରଖିଥିବା ଉପଯୁକ୍ତ ପ୍ରାର୍ôଥଙ୍କୁ ଚୟନ କରାଯିବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ବି.ପି.ଏମ ଚନ୍ଦନ କୁମାର ସାହୁଙ୍କୁ ପଚାରିବାରେ ସମସ୍ତଙ୍କ ଉପସ୍ଥିତିରେ ପ୍ରାର୍ôଥ ଚୟନ କରାଯାଇଛି, ଏଥିରେ କିଛି ଅନିୟମିତତା ହୋଇନାହିଁଁ ଓ ଯଦି କାହାର କିଛି ଅଭିଯୋଗ ଅଛି ତେବେ ୧୦ଦିନ ଭିତରେ ଅଭିଯୋଗ କରିବାକୁ ସମସ୍ତ ପ୍ରାର୍ôଥଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.