Home ଓଡ଼ିଶା ରହୁନି ସାମାଜିକ ଦୁରତା ରଣପୁର ରେ ୬ କରୋନା ପଜେଟିଭ୍ ନେଇ ବଢିଲା ଚିନ୍ତା

ରହୁନି ସାମାଜିକ ଦୁରତା ରଣପୁର ରେ ୬ କରୋନା ପଜେଟିଭ୍ ନେଇ ବଢିଲା ଚିନ୍ତା

38

ନୟାଗଡ/୧୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ପଡୋଶୀ ରାଜ୍ୟ ଛତିଶଗଡ ରୁ କରୋନା ର ଦ୍ୱିତୀୟ ଲହର ମାଡି ଆସୁଥିବା ବେଳେ ସେଥିରୁ ବାଦ ପଡିନି ନୟାଗଡ ଜିଲ୍ଲା ରଣପୁର । ରଣପୁର ରେ ଅମାନିଆ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାସ୍କ ପରିଧାନ କରୁନାହାଁନ୍ତି କି ରଖୁନାହାଁନ୍ତି ସାମାଜିକ ଦୁରତା । ଏପ୍ରିଲ ୧୨ ତାରିଖ ରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ସୂଚନା ଅନୁଯାଇ ୬ ଜଣ କରୋନା ପଜେଟିଭ୍ ବାହାରି ଥିବା ବଢାଇ ଦେଇଛି ଚିନ୍ତା  । ୬ ଜଣ ବ୍ୟକ୍ତି ହେଉଛନ୍ତି ଜଣେ ଲୋଧାଚୁଆ ଗ୍ରାମ ପଞ୍ଚାୟତ କେନ୍ଦୁବଣିଆ ଗ୍ରାମର , ଦୁଇ ଜଣ ଖଇରପଲ୍ଲୀ ପଞ୍ଚାୟତ ଖଇରପଲ୍ଲୀ ଗ୍ରାମର , ଜଣେ ବୃନ୍ଦାବନପୁର ପଞ୍ଚାୟତ ଲେଖନପୁର ଗ୍ରାମର ଆଉ ଦୁଇ ଜଣ ହେଉଛନ୍ତି ରଣପୁର ଏନ୍‌.ଏ.ସି. ର ।

ଚାନ୍ଦପୁର ଥାନା ପୋଲିସ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଘଟଣା କୁ ଗୁରୁତ୍ୱ ଦେଇ ୩୦ ହଜାର ଟଙ୍କା ଅମାନିଆ ଙ୍କ ଠାରୁ ଫାଇନ୍ ଆଦାୟ କରିଥିବା ବେଳେ ରଣପୁର ଥାନା ପକ୍ଷରୁ ଚେକିଙ୍ଗ୍ କୁ ବ୍ୟାପକ କରାଯାଇଛି । ରଣପୁର ସଚେତନ ଶୀଳ ନାଗରିକ ମଂଚ ତରଫରୁ ହାତ ଧୋଇବା ମାସ୍କ ପରିଧାନ କରିବା ସାଜିକ ଦୁରତ୍ୱ ବଜାଇ ରଖିବା ପାଇଁ ଅନୁରୋଧ କରାଯାଇଛି । ରଣପୁର ଅଂଚଳ ରେ କରୋନା ଟେଷ୍ଟିଙ୍ଗ୍ ବ୍ୟାପକ କରାଗଲେ ଅଧିକ ସଂଖ୍ୟକ କରୋନା ପଜେଟିଭ୍ ବାହାରିବାର ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.