Home କେନ୍ଦୁଝର କରୋନା ଭେକସିନ ନାହିଁ, ସାଧାରଣରେ ଅସନ୍ତୋଷ

କରୋନା ଭେକସିନ ନାହିଁ, ସାଧାରଣରେ ଅସନ୍ତୋଷ

21

ହାଟଡ଼ିହି, ୧୨ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଗତ ତିନିଦିନ ଧରି କରୋନା ଭେକସିନ ନଥିବାରୁ ଲୋକମାନେ ଟୀକା ନେଇ ନପାରି ନିରାଶରେ ଫେରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକରେ ମୋଟ ୫୪୮୬୩ଜଣଙ୍କୁ ଭେକସିନି ଦିଆଯିବାକୁ ଥିବାବେଳେ ଆଜି ସୁଧା ମାତ୍ର ୧୨୮୫୧ଜଣଙ୍କୁ ଟୀକା ଦିଆଯାଇଛି । ବ୍ଲକରେ ଶାଲଣିଆଁ, ହାଟଡିହି, ଟୁକୁଣା, ସୋସୋ, ହଦଗଡ ଭଳି ୫ଟି ଡାକ୍ତରଖାନାରେ ନିୟମିତ ଟୀକା କରଣ କରାଯାଉଥିବାବେଳେ ମୁଗୁପୁର ଡାକ୍ତରଖାନାରେ ଦୁଇଦିନ ଓ ଓରାଳି ଡାକ୍ତରଖାନାରେ ଗୋଟିଏ ଦିନ ଟୀକା କରଣ କାର୍ଯ୍ୟ କରାଯାଇଥିଲା । ଗତ ୧୦ତାରିଖ ଠାରୁ ସମଗ୍ର ବ୍ଲକରେ ଏହା ବନ୍ଦ ହୋଇଯାଇଛି । ଗତ ୬ତାରିଖରେ ଟୀକା ସରିଯାଇଥିବାବେଳେ ୮ତାରିଖ ଦିନ ମାତ୍ର ୨ହଜାର ଟୀକା ଆସିଥିଲା । ଦୁଇଦିନ ଭିତରେ ଦୁଇହଜାର ଟୀକା ସରିଯିବାରୁ ୧୦ତାରିଖ ଠାରୁ ଏହା ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ତାରିଖ ସୁଧା ଏହୀ ଟୀକାକରଣ ଉତ୍ସବ ପାଇଁ ଆହ୍ୱାନ ଦେଇଥିବାବେଳେ ଶହଶହ ଲୋକ ଟୀକା ନେବାପାଇଁ ଟୀକାକରଣ କେନ୍ଦ୍ର ଗୁଡିକୁ ଯାଇ ନିରାଶରେ ଫେରୁଛନ୍ତି । କେବେ ଟୀକା ଆସିବ ସେନେଇ କୌଣସି ସୁଚନା ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିକଟରେ ନାହିଁ । ଫଳରେ ଟୀକାକରଣ ଉତ୍ସବ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.