Home ଓଡ଼ିଶା ରସିକିଆ ଜି.ଆର.ଏସ୍ କୁ ଗିରଫ କଲା ପୋଲିସ

ରସିକିଆ ଜି.ଆର.ଏସ୍ କୁ ଗିରଫ କଲା ପୋଲିସ

347

ପାଟଣା ୧୪-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) – ତୁରୁମୁଙ୍ଗା ଥାନା ଯମୁନା ପଶି ପଞ୍ଚାୟତରେ ଗତ ଶନିବାର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ହାତ ବନ୍ଧା ଫୋଟ ଭାଇରଲ ହୋଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର କାର୍ଯ୍ୟରତ ଜି.ଆର.ଏସ ଯତୀନ୍ଦ୍ର ମହାନ୍ତ। ଜି.ଆର.ଏସ ଜଣକ ରାତିରେ ବରୁଡ଼ିପଶି ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଟଣା ଓଟରା କରି ଅସଦାଚରଣ କରିଥିଲେ। ଏହା ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ଘରେ ହାତ ବାନ୍ଧି ଅଟକ ରଖିଥିଲେ। ପରେ ଏହି ଖବର ସାରା ଗ୍ରାମରେ କ୍ଷିପ୍ର ଗତିରେ ବ୍ୟାପି ଯାଇଥିଲା ରାତି ସାରା ଯୁବକଙ୍କୁ ହାତ ବାନ୍ଧି ଘରେ ଅଟକ ରଖିଥିଲେ ପରିବାର ଲୋକେ। ଖବର ପାଇ ବାହାରେ ରହୁଥିବା ଜନୈକ ମହିଳାଙ୍କ ସ୍ୱାମୀ ଘରେ ପହଁଚିବା ପରେ ଗ୍ରାମବାସୀ ଓ ପରିବାର ଭିତରେ ଆପସ ବୁଝାମଣା ହୋଇଥିଲା। ସେତେବେଳେ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଗ୍ରାମବାସୀ ଉଭୟ ପରିବାରକୁ ବୁଝାମଣା କରି ଚୁକ୍ତିନାମା କରାଯାଇଥିଲା କିନ୍ତୁ ଘଟଣାର ଦୁଇ ତିନି ଦିନ ପରେ ଜି.ଆର.ଏସ ଯତୀନ୍ଦ୍ର ଉକ୍ତ ପରିବାରକୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମହିଳା ଜଣଙ୍କ ମଙ୍ଗଳବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଜି.ଆର.ଏସ ଯତୀନ୍ଦ୍ର ମହାନ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ ୪୫/୨୦ ମାମଲା ରୁଜୁ ହୋଇଛି। ତେବେ ମହିଳାଙ୍କୁ ଅସଦାଚରଣ ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ ଅଭିଯୋଗରେ ସମ୍ପୃକ୍ତ ଜି.ଆର.ଏସକୁ ତୁରୁମୁଙ୍ଗା ପୋଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.