Home ଉପ ନିର୍ବାଚନ ରସଲପୁରରେ ବିଜେପିର ମିଶ୍ରଣ ପର୍ବ: ଉପ-ନିର୍ବାଚନରେ ବିଜେଡିର ଅହଙ୍କାର ପ୍ରତିଫଳିତ: ପ୍ରତାପ

ରସଲପୁରରେ ବିଜେପିର ମିଶ୍ରଣ ପର୍ବ: ଉପ-ନିର୍ବାଚନରେ ବିଜେଡିର ଅହଙ୍କାର ପ୍ରତିଫଳିତ: ପ୍ରତାପ

55

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ): ଆସନ୍ନ ନିର୍ବାଚନ ବେଳେ ଅନ୍ୟଦଳରୁ କର୍ମୀ ଓ ଛାମୁଆଙ୍କର ବିଜେପିରେ ଯୋଗଦାନ ପ୍ରାର୍ଥୀ ମାନସ ଦତ୍ତଙ୍କ ସ୍ଥିତିକୁ ବେଶ୍ ମଜବୁତ୍ କରିପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରସଲପୁର ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ମତ ପ୍ରକାଶ କରିଛନ୍ତି। ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଶାସକ ଦଳ ନେତାଙ୍କ ଅବହେଳାର ଶିକାର ହୋଇ ରସଲପୁର ସରପଞ୍ଚ ଶୁଭେଶ ନାୟକ ଓରଫ୍ ପିଣ୍ଟୁଭାଇଙ୍କ ନେତୃତ୍ୱରେ ବହୁ କର୍ମୀ ଓ ଛାମୁଆ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନବାଗତ କର୍ମୀ ଓ ଛାମୁଆଙ୍କୁ ଦଳରେ ସ୍ୱାଗତ କରିବା ସହିତ ରାଜ୍ୟ ସରକାରଙ୍କ ଅହଙ୍କାର କ୍ଷୁର୍ଣ୍ଣ କରିବାର ବେଳ ଉପନୀତ ହୋଇଥିବା କହିଥିଲେ। ଚଳିତ ଉପ-ନିର୍ବାଚନରେ ବିଜେପି ପ୍ରତି ବଢ଼ୁଥିବା ଜନସମର୍ଥନରେ ବିଚଳିତ ବିଜେଡିର ମନ୍ତ୍ରୀ ଓ ନେତା ଶେଷରେ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରତି ଆକ୍ଷେପମୂଳକ ଶବ୍ଦ ଉଚ୍ଚାରଣ କରି ଚାଲିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏହା କେବଳ ଦୁର୍ବଳତାର ଲକ୍ଷଣ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଏହି ଅବସରରେ ଆୟୋଜିତ ରୋଡ଼ ସୋ ଓ ପଦଯାତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବଜେପିର ପୁରୁଣା ଓ ନୂଆ କର୍ମୀମାନେ ଯୋଗଦେଇ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ବିଜେଡିର ମିଥ୍ୟା ପ୍ରତିଶ୍ରୁତିରେ ନ ଭୁଲି ଆଞ୍ଚଳିକ ବିକାଶ ପାଇଁ ଅଧିକ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ସମସ୍ତେ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.