Home କୋରାପୁଟ ରବିବାର କୋରାପୁଟ ଜିଲ୍ଲାରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ,୪ ମୃତ

ରବିବାର କୋରାପୁଟ ଜିଲ୍ଲାରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ,୪ ମୃତ

41

କୋରାପୁଟ ୨୦-୦୬(ଓଡିଆ ପୁଅ /ରଂଜନ ଦାସ) ରବିବାର କୋରାପୁଟ ଜିଲ୍ଲାରେ  ୨୨ଜଣ ମହିଳାଙ୍କ ସମେତ ୫୯ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୩୮୧ରେ ପହଂଚିଛି । କୋରାପୁଟ ଜିଲ୍ଲାରେ ରବିବାର ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା  ୫୧ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୭,  ଜୟପୁର ପୌରାଂଚଳରୁ ୭ ଓ ସୁନାବେଡା ପୌରାଂଚଳରୁ  ୧୨ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ଏନଏସିରେ ୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବନ୍ଧୁଗାଁ,ନନ୍ଦପୁର ଏବଂ ସେମିଲିଗୁଡା ବ୍ଲକରେ ରବିବାର ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି ।  ସେହିପରି ବୈପାରିଗୁଡା  ବ୍ଲକରୁ ୩, ବୋରିଗୁମ୍ମା ବ୍ଲକରୁ ୮,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୧ ଓ କୋରାପୁଟ ବ୍ଲକରୁ ୪  ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ  ବ୍ଲକରୁ ୨,କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୨, ଲକ୍ଷ୍ମୀପୁର ବ୍ଲକରୁ ୪,  ନାରାୟଣପାଟଣାରୁ ୧ ଏବଂ ପଟ୍ଟାଙ୍ଗୀ ବ୍ଲକରୁ ୪  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୯  ତାରିଖ ସୁଦ୍ଧା ୩ ଲକ୍ଷ  ୨୨ ହଜାର ୫୩୧  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୦  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୪୩୪  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୯୬ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.