Home କୋରାପୁଟ  କଦମଗୁଡା ଗ୍ରାମରେ ଫାର୍ମ  ପୋଖରୀ ହେବା ଦ୍ୱାରା ଚାଷୀଙ୍କ ଆୟ ୩ ଗୁଣ ବୃଦ୍ଧି ପାଇଛି

 କଦମଗୁଡା ଗ୍ରାମରେ ଫାର୍ମ  ପୋଖରୀ ହେବା ଦ୍ୱାରା ଚାଷୀଙ୍କ ଆୟ ୩ ଗୁଣ ବୃଦ୍ଧି ପାଇଛି

82

କୋରାପୁଟ ୨୦-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା ପଂଚାୟତର କଦମଗୁଡା ଗ୍ରାମରେ ଫାର୍ମ ପୋଖରୀ ହେବା ଦ୍ୱାରା ଆୟ ୩ ଗୁଣ ବୃଦ୍ଧି ପାଇଥିବା ଜଣାପଡିଛି ।ଏହି ଗ୍ରାମଟି ପାହାଡ ଅଂଚଳରେ ଅବସ୍ଥିତ ହୋଇଥିବାରୁ ରବି ଓ ଜଏଦ ଫସଲ ନିମନ୍ତେ ଜଳସେଚନର ଅଭାବ ରହିଥିଲା ।ପନିପରିବା ଓ ଖରିଫ ଧାନ ଚାଷ ନିମନ୍ତେ ଗ୍ରାମବାସୀ କେବଳ ମୈାସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି ।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ  ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ୨୦୧୯/୨୦୨୦ ଆର୍ଥକ ବର୍ଷରେ ଫାର୍ମ ପୋଖରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମିଶନଶକ୍ତି ନିର୍ଦ୍ଦେଶାଳୟ ଅଧିନରେ ଥିବା ମହିଳା ଏସଏଚଜି ସହାୟତାରେ  ମୂର୍ତିକା ସଂରକ୍ଷଣ ଓ ଜଳବିଭାଜିକା ଦ୍ୱାରା  ଜଳସେଚନ ସମସ୍‌୍ୟାର ସମାଧାନ ନିମନ୍ତେ କ୍ଲଷ୍ଟର ଫାର୍ମ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି କୋରାପୁଟ ଜଳବିଭାଜିକା ନିର୍ଦ୍ଦେଶକ ଭାବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି ।କଦମଗୁଡା ଗ୍ରାମର ସୁରେଶ ଖିଲ ,ଦାମୁ ଖରା, ସୁବାସ ଖରା,ନବ ଖିଲ , ଚନ୍ଦ୍ର ନାୟକ ଓ ବନମାଳି ନାୟକ ପ୍ରମୁଖ ୬ ଜଣ ହିତାଧିକାରୀଙ୍କ ଫାର୍ମ ପୋଖରୀ ନିର୍ମାଣ ହେବା ଦ୍ୱାରା ୩୦ ଏକର ଜମି ପ୍ୟାଚରେ ଜଳସେଚନ ଜଳର ସୁବିଧା ହୋଇ ପାରିଥିବା ସେ ପ୍ରକାଶ କରିଛନ୍ତି ।ଏହି ଫାର୍ମ ପୋଖରୀ ହେବା ଦ୍ୱାରା ଚାଷୀମାନେ ବର୍ଷକୁ ୩ ଟି ଫସଲ କରିପାରୁଥିବା ସେ ସୂଚନା ଦେଇଛନ୍ତି । କଦମଗୁଡା ଗ୍ରାମର ଏହି ହିତାଧିକାରୀମାନେ ନିଜ ଜମିରେ ଅଦା ,ଆଲୁ ,ଫୋଲ କୋବି, ଦେଶୀ ଆଲୁ,ଗାଜର,କଲରା, ବିନ୍ସ ,ଟମାଟୋ ,ମକା .ହଳଦୀ, ଲଙ୍କା ପ୍ରଭୃତି ଚାଷ କରି ଉତ୍ପାଦିତ ପନିପରିବାକୁ ପାଲିବା , ନନ୍ଦପୁର ଓ କୋରାପୁଟ ବଜାରକୁ ଆଣି ବିକ୍ରୀ କରୁଥିବା ସେ ସୂଚନା ଦେଇଛନ୍ତି ।ଏହି ଫାର୍ମ ପୋଖରୀ ନିର୍ମାଣ ହେବା ଦ୍ୱାରା ହିତାଧିକାରୀମାନଙ୍କ ଆୟ ୩ ଗୁଣ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି ।ମହିଳା ଏସଏଚଜିକୁ ଦିଆଯାଇଥିବା ସୁପରଭାଇଜର  ଅର୍ଥ ସେମାନଙ୍କର ଅନୁଷ୍ଠାନକୁ ବିଭିନ୍ନ ଜୀବନଜୀବିକା ନିର୍ବାହ ପାଇଁ ଏକ ଗୋଷ୍ଠୀ ଭାବରେ ପୁର୍ନବାର ସକ୍ରୀୟ କରିବାକୁ କ୍ଷମତା ମିଳିଥିବା ସେ ପ୍ରକାଶ କରିଛନ୍ତି ।କୃଷକମାନେ ଏବେ ଫାର୍ମ ପୋଖରୀ ଭିତିକ ସମନ୍ନିତ ଚାଷ କରି ଲାଭବାନ ହେଉଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ମିଶନଶକ୍ତିର ମହିଳା ଏସଏଚଜିମାନେ ଫାର୍ମ ପୋଖରୀ କାର୍ଯ୍ୟରେ ସହୟତା  ଓ ହିତାଧିକାରୀମାନଙ୍କୁ ନିଜ ଜମିରେ ଫାର୍ମ ପୋଖରୀ ନିର୍ମାଣ କରିବାକୁ ଆଗ୍ରହ ସୃଷ୍ଟି କରିପାରିଥିବାରୁ ମିଶନଶକ୍ତି ବିଭାଗ ଟୁଇଟର ମାଧ୍ୟମରେ ମହିଳା ଏସଏଚଜି କାର୍ଯ୍ୟକୁ ପ୍ରଶଂସା କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.