Home କେନ୍ଦ୍ରାପଡ଼ା ରଫେଇ ବିବିଙ୍କ ପରଲୋକ

ରଫେଇ ବିବିଙ୍କ ପରଲୋକ

44

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ଜୟୀପୁରାସ୍ଥିତ ସ୍ୱର୍ଗତ ସେକ ନଇମୁଦ୍ଦିନଙ୍କ ପତ୍ନୀ ରଫେଇ ବିବିଙ୍କର ୧୦୫ବର୍ଷ ବୟସରେ ଗତ ଶନିବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ମହିଳା ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ନାତି ସେକ ଗୟାସୁଦ୍ଦିନ ବଲବନ(ବଲୋ), ସେକ ରୟୀସୁଦ୍ଦିନ ବଲବନ ଓ ସେକ ମୁନସୀ ଙ୍କ ସମେତ ୩ବୋହୁ ଓ ଅଣନାତି, ନାତୁଣୀମାନେ ଉପସ୍ଥିତ ଥିଲେ। ଜୟୀପୁରା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ରଫେଇ ବିବିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରବିବାର ଅପରାହ୍ନ ୨ଟାରେ ଜନାଜା ପାଠ କରାଯାଇ ରଣପଡାସ୍ଥିତ କବରସ୍ତାନରେ ତାଙ୍କୁ କବର ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.