Home କନ୍ଧମାଳ କରୋନା ସଂକ୍ରମଣରୁ ମାଓବାଦୀ ଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଅପିଲ

କରୋନା ସଂକ୍ରମଣରୁ ମାଓବାଦୀ ଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଅପିଲ

168

ବାଲିଗୁଡା, ୨୫/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ମହାମାରୀ କୋରାନା ସଂକ୍ରମଣ ରୁ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ସୁରୂପ ଦେଶରେପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଜାରୀ ହୋଇ ଥିବା ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଆସନ୍ତା ମେ ତିନିତାରିଖ ଯାଏଁ ଲାଗୁ କରାଯାଇଛି. ଏବଂ ପୋଲିସ ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ନାକା ବନ୍ଦୀ କରିବା ସହିତ ଗାଁ ଗାଁ ରେ ସଚେତନ ସରକାର କରିବା ସହିତ ସାମାଜିକ ଦୂରତ୍ୱ ବଜାଇ ରଖିବା ଓ ସଦାବେଳେ ହାତ କୁ ବାରମ୍ବାର ସାବୁନ, ସାନିଟାଇ ଜେସନ କରିବା ଓ ମାକ୍ସ ପିନ୍ଧିବା ପାଇଁ ସଚେତନତା କରାଯାଇଛି l ବାଲିଗୁଡା, ନୂଆଗାଁ ବ୍ଲକର ବିଭିନ୍ନ ଅଂଚଳରେ ମାଓବାଦୀ ମାନଙ୍କ ଠାରୁ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସେମାନଙ୍କସହିତ ମିଲାମିଶା କିମ୍ବା ବୈଠକ ରେ ଯୋଗ ନଦେବା ସହିତ ଗାଁ ରେ ନ ପୁରାଇ ଦେବାକୁ ବିଶ୍ବ ଆରୋଗ୍ୟ ଚେତନା ସମିତି ପକ୍ଷରୁ ପୋଷ୍ଟର ରେ ଲେଖା ହୋଇ ବିଭିନ୍ନ ସ୍ଥାନ ରେ ମରାଯାଇଛି l ମାଓବାଦୀ ମାନେ ବିଭିନ୍ନ ରାଜ୍ୟ ରୁ ଆସିଥିବା ରୁ କୋରନା ସଂକ୍ରମଣ ହେବା ର ବହୁ ଆଶଙ୍କା ରହିଛି l ଜନସାଧାରଣ ସେମାନଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି l ବାଲିଗୁଡା ବ୍ଲକର ପରମପଙ୍ଗା, ବାଟାଗୁଡା, ସୁଡ୍ରା, ଦାରିଙ୍ଗବାଡି ଛକ, ବାରଖମା, କ.ନୂଆଗାଁ ଓ କୁର୍ତ୍ତମଗଡ ଅଂଚଳରେ ବିଭିନ୍ନ ଛକ, ରାସ୍ତା, ଗଛରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି, ଏବଂ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀ ମାନଙ୍କୁ ମଧ୍ୟ ବିଶ୍ୱ ଆରୋଗ୍ୟ ଚେତନା ସମିତି ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.