Home ଓଡ଼ିଶା ରଣପୁର ଥାନା ଅଂଚଳରେ ସଙ୍ଗ ନିରୋଧ କେନ୍ଦ୍ର ପ୍ରସ୍ତୁତି ଚାଲିଛି

ରଣପୁର ଥାନା ଅଂଚଳରେ ସଙ୍ଗ ନିରୋଧ କେନ୍ଦ୍ର ପ୍ରସ୍ତୁତି ଚାଲିଛି

201

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୪-ରାଜ୍ୟରେ ଚାଲିଥିବା କୋଭିଡ୍‌-୧୯ ଯୁଦ୍ଧରେ କରୋନା ସଂକ୍ରମଣଙ୍କୁ ପ୍ରତିରୋଧ କରିବା ପାଇଁ ଚାଲିଥିବା ପ୍ରସ୍ତୁତିକୁ ନୟାଗଡ ଜିଲ୍ଲା ରଣପୁରରେ ଜୋରଦାର କରାଯାଇଛି । ମେ ୩ ତାରିଖ ଲକ୍‌ଡାଉନ୍ ଉଠିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡିଆମାନେ ଓଡିଶା ଫେରିବେ । ସେମଧ୍ୟରୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଓ ଏନ୍‌.ଏ.ସିକୁ କେତେ ଫେରିବେ ତାହାର ଆକଳନ ଚାଲିଛି । ଅବଶ୍ୟ ଅଫ୍‌ଲାଇନ ଓ ଅନ୍‌ଲାଇନ ପଂଜିକରଣ ଚାଲିଛି । କିନ୍ତୁ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତଙ୍କ ସୁଚନା ଅନୁଯାୟୀ ଏପର୍ଯ୍ୟନ୍ତ ରଣପୁରର ୩୭ଗୋଟି ଗ୍ରାମ ପଂଚାୟତର ଆକଳନ ଅନୁଯାୟୀ ୩ହଜାର ୯ଶହ ୯୮ ଜଣ ଓଡିଆ ବାହାର ରାଜ୍ୟରୁ ଫେରିବାର ଜଣା ପଡିଛି । ସେହିଭଳି ଭାବରେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ କହିିବା ଅନୁଯାୟୀ ରଣପୁର ଏନ୍‌.ଏ.ସି ରେ ୪୫୦ ରୁ ଉର୍ଦ୍ଧ୍ୱ ଓଡିଆ ଫେରିବାର ଆକଳନ କରାଯାଇଛି । ରଣପୁର ମହା ବିଦ୍ୟାଳୟରେ ସଙ୍ଗ ନିରୋଧ କେନ୍ଦ୍ର ଖୋଲିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତଙ୍କ ସୁଚନା ଅନୁଯାୟୀ ୩୭ଗୋଟି ଗ୍ରାମ ପଂଚାୟତର ସରପଂଚ, ପାନୀୟ ଜଳ ଯୋଗାଣ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ କରାଯାଇଛି । ସଙ୍ଗ ନିରୋଧ କେନ୍ଦ୍ର ପାଇଁ ସମସ୍ତ ବିଦ୍ୟାଳୟ ଗୁଡିକୁ ଚିହ୍ନଟ କରିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଅଛି । ବିଦ୍ୟାଳୟ ଗୁଡିକରେ ବିଦ୍ୟୁତି କରଣ କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ସଜାଗ କରାଯାଇଛି । ଗ୍ରୀଷ୍ମ ଋତୁ ଚାଲିଥିବାରୁ ସମସ୍ତ ବିଦ୍ୟାଳୟ ଗୁଡିକରେ ସୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଗାଧୁଆ ଘର, ଲାଟିନ୍ ଏପରିକି ପୁରୁଷ ମହିଳାଙ୍କ ପାଇଁ ଅଲଗା ବ୍ୟବସ୍ଥା ଓ ଆବଶ୍ୟକ ପଡିଲେ ଅସ୍ଥାୟୀ  ଗାଧୁଆ ଘର ଓ ଲାଟିନ୍ ର ବ୍ୟବସ୍ଥା କରାଯାଇଅଛି । ସମସ୍ତଙ୍କ ଶୋଇବା ପାଇଁ ବେଡ୍ ୧୪ ଦିନ ରହିବା ପାଇଁ ଆବଶ୍ୟକ ବାଲଟି ଓ ମଗ୍ ଆଦିର ବ୍ୟବସ୍ଥା କରାଯାଉଅଛି । ଖାଦ୍ୟ ପାନୀୟ ସହ ସଙ୍ଗ ନିରୋଧ କେନ୍ଦ୍ରରେ ୧୪ଦିନ ରହିବା ସମୟରେ କେହି ଯେପରି ଅସୁବିଧା ଅନୁଭବ ନକରନ୍ତି ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତଙ୍କ କହିବା ଅନୁଯାୟୀ ଆଗାମୀ ମେ ୩ ତାରିଖ ପୁର୍ବରୁ ସମସ୍ତ ସଙ୍ଗ ନିରୋଧ କେନ୍ଦ୍ରକୁ ପ୍ରସ୍ତୁତି କରି ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.